ପୌରପାଳିକାରେ ୫ଟି ପଂଚାୟତକୁ ମିଶ୍ରଣକୁ ସମର୍ଥନ ଜଣାଇ ଜିଲ୍ଲାପାଳଙ୍କୁ ଭେଟିଲେ ପଂଚାୟତଗୁଡିକର ଜନସାଧାରଣ 

ଛତ୍ରପୁର,(ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌରପାଳିକା ଗଠନରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ଆଦି ୫ଟି ପଂଚାୟତ ମିଶ୍ରଣକୁ ନେଇ ସରକାରଙ୍କ ପ୍ରକ୍ରିୟା ଲାଗି ରହିଛି । ଏହାକୁ ପ୍ରକ୍ରିୟାକୁ ସମର୍ଥନ ଜଣାଇ ଗୁରୁବାର ୫ଟି ପଂଚାୟତର ଜନସାଧାରଣ ଗଞ୍ଜାମ ଜିଲ୍ଲାପାଳଙ୍କୁ ସାକ୍ଷତ କରି କୃତଜ୍ଞତା ଜଣାଇଛନ୍ତି । ବହୁଦିନର ଦାବି ପୂରଣ ହେବାକୁ ଯାଉଥିବା ନେଇ ରାଜ୍ୟସରକାର  ଏବଂ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କୁ ୫ଟି ପଂଚାୟତର ଜନସାଧାରଣ ଶୁଭେଛା ଓ ଧନ୍ୟବାଦ ଜଣାଇଛନ୍ତି । ପଂଚାୟତ ଗୁଡିକର ରାଜ ନୈତିକ ଉଦେଶ୍ୟରେ ରଖି କିଛି  ସ୍ୱାର୍ଥପର ନେତାମାନେ ଏହି ପୌରପାଳିକାରେ ପଂଚାୟତ ଗୁଡିକ ମିଶ୍ରଣକୁ ବିରୋଧ କରୁଥିବା ନଜରକୁ ଆସୁଥିବା ବେଳେ ଏହାକୁ ସରକାର ଗୁରୁତ୍ୱ ନ ନେଇ ପଂଚାୟତବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାର ନେଇଥିବା ନିଷ୍ପତି ଅନୁସାରେ କାର୍ଯ୍ୟକାରୀ କରିବା ପାଇଁ ପଂଚାୟତବାସୀ ଦାବି କରିଛନ୍ତି । ପଂଚାୟତଗୁଡିକରେ ଥିବା ଗ୍ରାମ ଗୁଡିକ ସହରରେ ମିଶ୍ରିତ ହେଲେ ସହରବାସୀ ଯେଉଁ ସୁବିଧା ସୁଯୋଗ ପାଉଛନ୍ତି ସେଥିରେ ମଧ୍ୟ ଆମ ଗ୍ରାମବାସୀମାନେ ସୁବିଧା ପାଇପାରିବୁ । ଏଣୁ ଛତ୍ରପୁର ପୌରପାଲିକାରେ ଆର୍ଯ୍ୟପଲ୍ଲୀ, କଣମଣା, ଅଗସ୍ତିନୂଆଗାଁ, ଚିକଲଖଣ୍ଡି ଓ ପୋଡାପଦର ମୋଟ ୫ଟି ପଂଚାୟତ ମିଶ୍ରଣକୁ ଆମ୍ଭେ ସମର୍ଥନ ଜଣାଇ ଆଜି ପ୍ରାୟ ସମସ୍ତ ପଂଚାୟତ ଗୁଡିକର ଏକ ହଜାରରୁ ଅଧିକା ଜନସାଧାରଣ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ଅନୁରୋଧ ଜଣାଉଛୁ ଯେ, ସରକାରଙ୍କ ନିଷ୍ପତିକୁ ସ୍ୱାଗତ ଜଣାଇବା ସହ ଆମ ପଂଚାୟତ ଗୁଡିକ ପୌରପାଳିକାରେ ସାମିଲ ହେଲେ ଆମେ ବେଶ୍ ଉପକୃତ ହୋଇପାରିବୁ ବୋଲି ଜିଲ୍ଲାପାଳଙ୍କୁ ସାକ୍ଷତ କରି ଜନସାଧାରଣମାନେ ଦାବି କରିଛନ୍ତି । ଛତ୍ରପୁର ଲୋୟର ବସଷ୍ଟାଣ୍ଡ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଏହି ସମର୍ଥନ ଜଣାଇଥିଲେ । ଏଥିରେ ପୂର୍ବତନ ବାଚସ୍ପତି ରାମଚନ୍ଦ୍ର ପଣ୍ଡା,  ସାଂସଦ ପ୍ରତିନିଧି ରୁଇନା ପଟ୍ଟନାୟକ ଓ ଆର. ସନ୍ତୋଷ ରେଡ୍ଡୀ, ଚିକଲଖଣ୍ଡି ପଂଚାୟତ ସରପଂଚ ଭଗବାନ ବେହେରା, ପୋଡାପଦର ସରପଂଚ ସୁଜାତା ଦାସ,   ଅଗସ୍ତିନୂଆଗାଁ ସରପଞ୍ଚ ଉର୍ମିଳା ଦାସ,  ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଟା ପ୍ରଧାନ, ବିଜେପି ଜିଲ୍ଲା ସାଧାରଣ ସଂପାଦକ ପଦ୍ମଚରଣ ସାହୁ, ଜିଲ୍ଲା ସଂପାଦକ ବସନ୍ତ କୁମାର ବେହେରା ଓ ଏନ୍‌.ଦୁର୍ଯ୍ୟୋଧନ ରେଡ୍ଡୀ,  ପୂର୍ବତନ ଜିଲ୍ଲା ସମ୍ପାଦକ ଲକ୍ଷ୍ମୀନାରୟଣ ପଣ୍ଡା,  ଛତ୍ରପୁର ମଣ୍ଡଳ ସଭାପତି ଗୌରୀଶଙ୍କର ନାହାକ, ଯୁବନେତା ବନୋଜ ନାହାକ ଓ ବିଭୁତି ଭୂଷଣ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ