ମୁନିଗୁଡ଼ାରେ ମହମ୍ମଦ ଜୟନ୍ତୀ ପାଳିତ

ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ଠାରେ ମୁସଲିମ ସମ୍ପ୍ରଦାୟର ଲୋକ ମାନଙ୍କ ଦ୍ବାରା ପବିତ୍ର ମହମ୍ମଦ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ମୁନିଗୁଡା ଜାମା ମସ୍ତିଦ ସଂଘର ସଭାପତି ଏମଡି.ଆୟୁବ ଓ ଶେଖ ହାବିବଙ୍କ ମିଳିତ ସଂଯୋଜନାରେ ଶତାଧିକ ମୁସଲିମ ସାମ୍ପ୍ରଦାୟର ସଦସ୍ୟ ଓ ଯୁବଗୋଷ୍ଠୀ ମାନେ ଏକତ୍ରିତ ହୋଇ ସ୍ଥାନୀୟ ସାହୀନ ହୋଟେଲ ପରିସରରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ l ସହର ପରିକ୍ରମା ବେଳେ ମୁସ୍‌ଲିମ ସମ୍ପ୍ରଦାୟର ବିଭିନ୍ନ ଶ୍ଳୋକ ପଠନ ସହ ଶାନ୍ତି,ମୈତ୍ରୀ ଓ ଭାଇଚାରାର ସନ୍ଦେଶ ଦେଇଥିଲେ l ଶୋଭାଯାତ୍ରାଟି ଏନଆରଏଲ ପ୍ରେଟ୍ରଲପମ୍ପ ପର୍ଯ୍ୟନ୍ତ ପହଞ୍ଚି ସେଠାରୁ ମସଜିଦ ଠାରେ ପହଞ୍ଚିଥିଲା। ମସଜିଦ ଠାରେ ପହଞ୍ଚିବା ପରେ ସେଠାରେ ମସଜିଦର ମୁଖ୍ୟ ହାପିସାହାବ ମହମ୍ମଦ ଜାକାଉଲ୍ଲାଙ୍କ ଦ୍ବାରା ସାମୂହିକ ନମାଜ ପଠନ କରାଯାଇଥିଲା। ସମସ୍ତେ ନମାଜ ପାଠ କରିବା ପରେ ମୁଖ୍ୟ ହାପିସାହାବ ଶ୍ରୀ ଜାକାଉଲ୍ଲାଙ୍କ ଦ୍ବାରା ମହମ୍ମଦ ଜୟନ୍ତୀ ପାଳନର ମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ବୁଝାଇବା ସହ ମହମ୍ମଦଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେହିପରି ସନ୍ଧ୍ୟାରେ ସଂଘ ତରଫରୁ ପ୍ରବଚନର କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ମୁସଲିମ ଭାଇ ଓ ଶିଶୁ ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶେଖ ନବୁ, ଏମଡି.ଇମୁ,ଇମରାନ,ଅବଦୁଲ ରେହେମାନ,କାରାମତ ହୁସେନ, ଏମଡି ୟାସିନ,ଏମଡି ଫାରୁଙ୍କ,ଅବଦୁଲ ସାତାର,ଏମଡି ଆରିଫ, ଏମଡି ଶୁକ୍ର,ଏମଡି ଇସୁବ, ଶେଖ ନାସାଦ, ଅବଡୁଲ ହାଜି ଓ ଯୁବକ ସଂଘର ଶେଖ ସାହାରୁକ,ଏମଡି.ଅନିଶ,ଏମଡି ଇମରାନ, ଏମଡି.କାୟୁମ, ଏମଡି.ରାଜ,ଶେଖ ନସୀମ, ଶେଖ ୱାସିମ, ଏମଡି.ମୋଇନ ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନ ଓ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ