ମୁନିଗୁଡା ଓ ଅମ୍ବାଦଳାର ତିନି ଜଣ ବୋଲବମ ଭକ୍ତଙ୍କ ପଦଯାତ୍ରା ସଫଳ
ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ଓ ଅମ୍ବାଦଳାରୁ ତିନି ଜଣ ବୋଲବମ ଭକ୍ତ ଦୀର୍ଘ 10 ଦିନ ପଦଯାତ୍ରା କରି ସୋମବାର ଦିନ ଭୁବନେଶ୍ୱରସ୍ଥିତ ଲିଙ୍ଗରାଜ ମନ୍ଦିରରେ ପହଞ୍ଚି ଜଳ ଅଭିଷେକ କରିଥିବା ଜଣାପଡିଛି। ସେହି ତିନି ଜଣ ହେଲେ ଅମ୍ବାଦଳାର ଗୋପୀନାଥ ପାତ୍ର(ଗୋପୁ),ମୁନିଗୁଡାର ଆଶିଷ ପଟେଲ ଓ ଶୁଭମ ସାହୁ ଏମାନେ ଗତ ୧୪ ତାରିଖ ଶୁକ୍ରବାର ଦିନ ଅମ୍ବାଦଳା ଓ ମୁନିଗୁଡାରୁ ଜଳ ସଂକଳ୍ପ କରି ବାହାରି ଦଶ ଦିନ ଧରି ଦୀର୍ଘ ଚାରି ଶହ କିମି ପଦଯାତ୍ରା କରି ସୋମବାର ସକାଳେ ବାବା ଲିଙ୍ଗରାଜ ମନ୍ଦିରରେ ଜଳ ଅଭିଷେକ କରିଥିଲେ। ଏହି ପଦଯାତ୍ରା ବେଳେ ଏମାନଙ୍କୁ ବିଭିନ୍ନ ସଂଗଠନ,ବୋଲବମ ଭକ୍ତ ଓ ବଦାନ୍ୟ ବ୍ୟକ୍ତି ବିଶେଷ ମାନେ ବିଭିନ୍ନ ସ୍ଥାନରେ ଅର୍ଣ୍ଣପ୍ରସାଦ ସହ ରାତ୍ର ରହଣିର ବ୍ୟବସ୍ଥା କରିଥିବା ବେଳେ ପଦଯାତ୍ରା ବେଳେ ସାମାନ୍ୟ କଷ୍ଟ ଦାୟକ ମଧ୍ୟ ହୋଇଥିବା ଜଣାପଡିଛି। ଏମାନଙ୍କ ସହ ସହଯୋଗୀ ଭାବେ ଟଙ୍କୁ, ଧର୍ମେଷ ଓ ଲଳିତ ଉପସ୍ଥିତ ରହି ପୁରା ପଦଯାତ୍ରାରେ ସହଯୋଗ କରିଥିଲେ। ଏହି ତିନି ଜଣ ସଫଳ ପଦଯାତ୍ରା ଓ ବାବା ଲିଙ୍ଗରାଜଙ୍କ ଦର୍ଶନ ସାରି ମୁନିଗୁଡା ଫେରିବା ପରେ ତାଙ୍କୁ ମୁନିଗୁଡାର ବୋଲବମ ଭକ୍ତ ମାନଙ୍କ ତରଫରୁ ରେଳ ଷ୍ଟେସନ ଠାରେ ପୁଷ୍ପଗୁଚ୍ଛ, ସିନ୍ଦୁର,ଚନ୍ଦନ ଓ ହୁଲୁହୁଳି ଦେଇ ଫୁଲ ମାଳ ଓ ଉତ୍ତରୀୟ ପ୍ରଦାନ କରି ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ସହ ରେଳ ଷ୍ଟେସନ ପରିସରରୁ ପାରମ୍ପରିକ ବାଦ୍ୟ ସହ ସହର ପରିକ୍ରମା କରିଥିଲେ। ଏହି ପଦଯାତ୍ରା ବେଳେ ପୁରା ରାସ୍ତାରେ ପିଚୁ,ଗୁଡ଼ି,ମାଟି,କାଦ,କଙ୍କଣ, ଖରା,ବର୍ଷା କିଛି ଜଣାପଡି ନଥିବା ବେଳେ କେବର ବାବା ଲିଙ୍ଗରାଜଙ୍କୁ ମନରେ ସ୍ମରଣ କରି ଓ ଭାବନା ରଖି ପଦଯାତ୍ରା କରିଥିବା ନେଇ ସେମାନଙ୍କର ବିଭିନ୍ନ ଅଭୁଲା ସ୍ମୁର୍ତି ଗୁଡିକୁ ସେମାନେ ଅନ୍ୟ ବୋଲବମ ଭକ୍ତ ମାନଙ୍କୁ ଭାବ ବିହୁଳ ହୋଇ ପ୍ରକାଶ କରିଥିଲେ। ଏଥିସହ ପ୍ରତେକ ବର୍ଷ ଏହି ପରି ଭାବେ ପଦଯାତ୍ରା ଜାରି ରଖିବେ ବୋଲି ପ୍ରକାଶ କରିଥିଲେ।


