ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀଙ୍କ ବୈଠକ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ନହଙ୍ଗ ପଞ୍ଚାୟତର ମା’ମଙ୍ଗଳାଙ୍କ ପୀଠରେ ଆଞ୍ଚଳିକ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଙ୍ଘର ଉପସଭାପତି ଦିବାକର ନାୟକ ସଭାପତିତ୍ୱ କରିଥିଲେ। ପ୍ରଥମେ ସଙ୍ଘର ସଭ୍ୟ ସ୍ୱର୍ଗତ ନାରାୟଣ ସିଂହଙ୍କ ବିୟୋଗରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ସମ୍ପାଦକ ଅଭିମନ୍ୟୁ ସାହୁ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ। ସଙ୍ଘର ସ୍ଥାୟୀ ସଭାପତି ଆର୍ତ୍ତତ୍ରାଣ ପାତ୍ର ଓ ବରିଷ୍ଠ ସଭ୍ୟ କ୍ଷୀରୋଦ ଚନ୍ଦ୍ର ସାମଲଙ୍କୁ ୮୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଉଭୟଙ୍କୁ ପୁଷ୍ପଗୁଛ, ମାନପତ୍ର ଓ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ ପୂର୍ବକ ସେମାନଙ୍କ ସୁସ୍ଥ ନିରାମୟ ଜୀବନ କାମନା କରାଯାଇଥିଲା। ସଙ୍ଘର ସଭ୍ୟ ବିଶ୍ୱନାଥ ପଣ୍ଡା ସ୍ୱଲିଖିତ ମଙ୍ଗଳାଙ୍କ ମନ୍ତ୍ର ପାଠ କରିଥିଲେ। ବୁଲା କୁକୁର, ଷଣ୍ଢ ଓ ମାଙ୍କଡଙ୍କ ଉପଦ୍ରବ ବୃଦ୍ଧି ପାଉଥିବାରୁ ତା’ର ନିରାକରଣ ପାଇଁ ‘ଆମ ଶାସନ’ ବିଭାଗକୁ ନିବେଦନ କରାଯାଇଛି। ସଭାରେ ୩୦ଜଣ ସଭ୍ୟ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ସଭ୍ୟ ପ୍ରଫୁଲ୍ଲ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ