ଉଦ୍ୟୋଗୀଙ୍କ ସମ୍ମାନ, ସୁରକ୍ଷା, ଅଭିବୃଦ୍ଧି ଉଦ୍ୟୋଗୀ ପରିବାରର ମୂଳ ଲକ୍ଷ୍ୟ
ଭୁବନେଶ୍ୱର(ଓ୍ବାଇଏନଏସ): ସ୍ଥାନୀୟ ୟୁନିଟ୍-୯ ଠାରେ ଥିବା ବୁଦ୍ଧ ମନ୍ଦିର ପରିସରରେ ଓଡ଼ିଶା ଉଦ୍ୟୋଗୀ ପରିବାର ର ମାସିକ ବୈଠକ ସଂଯୋଜକ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନା ଓ ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଞ୍ଜାବ ନ୍ୟାସ୍ନାଲ ବ୍ୟାଙ୍କ୍ର ଶାଖା ମୁଖ୍ୟ ପରିଚାଳକ ଏଲ.ଏଲ.ମିଶ୍ର ଯୋଗଦେବା ସହିତ ଆଜିର ପରିପ୍ରେକ୍ଷୀରେ ଉଦ୍ୟୋଗୀ ଙ୍କ ଭୂମିକା, ସାମୁହିକ କାର୍ଯ୍ୟଧାରା ସହିତ ଯେ କୌଣସି ଉତ୍ପାଦିତ ଦ୍ରବ୍ୟ ର ପ୍ରଚାର, ପ୍ରସାର ସହିତ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକ ତା ଉପରେ ଆଲୋକପାତ କରିବା ବ୍ୟାଙ୍କ ସର୍ବଦା ଉଦ୍ୟୋଗୀ ଙ୍କୁ ଋଣ ଓ ପ୍ରୋତ୍ସାହିତ କରିବା ଦିଗରେ ବଦ୍ଧ ପରିକର ବୋଲି ମତ ବ୍ୟକ୍ତ କରିଥିଲେ। ସଭାପତି ଶ୍ରୀଯୁକ୍ତ ମିଶ୍ର ଉଦ୍ୟୋଗୀ ଙ୍କ ସମ୍ମାନ, ସୁରକ୍ଷା, ଅଭିବୃଦ୍ଧି ସହିତ ସାମାଜିକ ଗଣମାଧ୍ୟମ, ଆଧୁନିକ ଜ୍ଞାନ କୌଶଳ, ସହିତ ସୋସିଆଲ ମିଡ଼ିଆ ମ୍ୟାନେଜ୍ମେଂଟ୍ ର ଉପଯୋଗୀତା ଉପରେ ମତବ୍ୟକ୍ତ କରିଥିଲେ। ଘରେ ଘରେ ଉଦ୍ୟୋଗୀ ସୃଷ୍ଟି କରିବା ଉଦ୍ୟୋଗୀ ପରିବାର ର ମୂଳଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ। ବିଭିନ୍ନ ଜିଲ୍ଲାରୁ ଉଦ୍ୟୋଗୀ ମାନେ ଆସି ନିଜ ନିଜ ର ଅଭିଜ୍ଞତା ବଂଟନ କରିଥିଲେ। ଏହି ଅବସରରେ ପ୍ରାଉଡ ପରଚେଜର ଭାବେ ଉଦ୍ୟୋଗୀ ଶ୍ୟାମ ସୁନ୍ଦର ମହାରଣାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସୀତାଂଶୁ ଶେଖର ମହାରଣା, ମନୋଜ, ନିଳୟକାନ୍ତ ନାୟକ ପରିଚାଳନା କରିଥିଲେ


