ପାଣି ପାଇଁ ୫ ଘଣ୍ଟା ରାସ୍ତା ରୋକ: ମଟର ଲଗାଇବାରୁ ପ୍ରତିହାର
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ )ବର୍ଷା ଋତୁରେ ମଧ୍ୟ ପାଣିପାଇଁ ଡହଳ ବିକଳ ହୋଇ ଗୋରା ହାଣ୍ଡି ଧରି ରାସ୍ତାକୁ ଅଲାଈ ୫ ଘଣ୍ଟା କାଳ ରାସ୍ତା ରୋକ କରି ପ୍ରତିବାଦ କରିଥିଲେ। ପଞ୍ଚାୟତ ପିଇଓ ପ୍ରଶାନ୍ତ କୁମାର ସାହୁ ଓ ସରପଞ୍ଚ ଚୈତନ୍ୟ ମିଣିଆକା ନଲକୁରେ ମଟର ଲଗାଇବାରୁ ପ୍ରତିହାର କଲେ ମହିଳା ମାନେ। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ଶିକର ପାଇ ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଗତ ଚାରିଦିନ ହେବ ଗ୍ରାମ୍ୟ ଜଳଯୋଗଣ ପକ୍ଷରୁ ଦୁଇଟି ନଲକୁପର ମଟର ଖରାପ ହୋଇଥିଲା। ମରାମତି ପାଇଁ ମହିଳାମାନେ ପଞ୍ଚାୟତ ଠାରେ ଅଭିଯୋଗ କରିଥିଲେ। କିନ୍ତୁ କୌଣସି ସୁଫଳ ମିଳିଲା ନାହିଁ। ବର୍ଷା ଓ ମେଘୁଆ ପାଗଯୋଗୁ ସଲାର ଚଳିତ ନଲକୁପରୁ ପାଣି ବାହାରୁ ନଥିବାରୁ ଗ୍ରାମରେ ପାଣି ସମସ୍ୟା ଦୁଇଗୁଣା ହୋଇଗଲା। ପାଣି ପାଇଁ ବାଧ୍ୟହୋଇ ମହିଳା ମାନେ ହାଣ୍ଡି ବାଲଟି ଗୋରା ଧରି କାଶୀପୁର, ରାୟଗଡା, ଓ କୋରାପୁଟ ରାସ୍ତାକୁ ଆବୋରଧ କରି ଧାରଣା ଦେଇ ରାସ୍ତା ରୋକ କରିଥିଲେ। ପାଣି ଯୋଗାଣ ନହେବାଯାଏ ରାସ୍ତା ରୋକ ଜାରିରହିବ ବୋଲି ମହିଳା ମାନେ ଜିଦିରେ ଅଟଳ ରହିଥିଲେ।ରାସ୍ତାରେ ଉଭୟ ପଟୁ ଯାନବାହାନ ଯାତାୟାତ ଠପ ହୋଇଯାଇଥିଲା। ପରେ ବ୍ଲକ ପଞ୍ଚାୟତ ଅଧିକାରୀ, ପିଇଓ, ସରପଞ୍ଚ ଲୋକଙ୍କୁ ବୁଝାସୁଝା କରି ମଟର ଲଗାଇବା ସହ ଗ୍ରାମରେ ପାଣି ଟାଙ୍କି ଦ୍ୱାରା ପାଣି ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଲେ ଓ ମଟର ଲଗାଇ କାର୍ଯ୍ୟ ଆରମ୍ଭ କରାଯିବାରୁ ରାସ୍ତା ରୋକରୁ ହଟିଥିଲେ।


