ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର କଳାବ୍ୟାଜ୍‍ ପରିଧାନ

ଆସିକା (ୱାଇଏନ୍‍ଏସ୍‍): ଆସିକା ସମବାୟ ଚିନିଶିଳ୍ପରେ କାର୍ଯ୍ୟରତ ଥିବା ଏନ୍‍ଏମ୍‍ଆର୍‍ କର୍ମଚାରୀମାନେ ସେମାନଙ୍କର ଦୀର୍ଘ ଦିନର ୩ ଦଫା ନ୍ୟାୟୋଚିତ ଦାବୀ ପୂରଣ ଲାଗି ଗତ ମାର୍ଚ୍ଚ ମାସ ୨୩ ତାରିଖରେ ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦେଇଥିଲେ । ତେବେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପ୍ରତିଶୃତି ମୁତାବକ ଦାବୀ ପୂରଣରେ ବିଳମ୍ବ ଯୋଗୁଁ କାର୍ଯ୍ୟରତ ବହୁ କର୍ମଚାରୀ ଗତ ୨୧ ତାରିଖ ଠାରୁ କଳାବ୍ୟାଜ୍‍ ପରିଧାନ କାର୍ଯ୍ୟକ୍ରମରେ ସାମିଲ୍‍ ହୋଇଥିବା ଜଣାପଡିଛି । ଏ ସଂପର୍କରେ ମିଳିଥିବା ସୂଚନା ଅନୁଯାୟୀ ଏଆଇଟିୟୁସି ଅନୁବନ୍ଧିତ ଆସିକା ସମବାୟ ଚିନିଶିଳ୍ପ କର୍ମଚାରୀ ସଂଘର ପ୍ରାୟ ଶତାଧୀକ ଏନ୍‍ଏମ୍‍ଆର୍‍ ଶ୍ରମିକ ତଥା କର୍ମଚାରୀଙ୍କ ବକେୟା ଥିବା ୪ ବର୍ଷର ପ୍ରୋତ୍ସାହନ ରାଶି ପ୍ରଦାନ ଏବଂ ଏନ୍‍ଏମ୍‍ଆର୍‍ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଓ ପଦୋନ୍ନତି ଦାବୀରେ ଗତ ମାର୍ଚ୍ଚ ମାସ ୨୩ ତାରିଖରେ ଶିଳ୍ପାନୁଷ୍ଠାନର ମୁଖ୍ୟ ଫାଟକ ସମ୍ମୁଖରେ ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣାରେ ସାମିଲ୍‍ ହୋଇଥିଲେ । ଆସିକା ସମବାୟ ଚିନିଶିଳ୍ପ ଶ୍ରମିକ ସଂଘର ଦୀର୍ଘ ଦିନର ୩ ଦଫା ନ୍ୟାୟୋଚିତ ଦାବୀ ପୂରଣ ଲାଗି ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀରେ ବିଳମ୍ବ ଯୋଗୁଁ ସଂଘର ସଦସ୍ୟମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଗତ ମାର୍ଚ୍ଚ ମାସ ୨୩ ତାରିଖରେ ସମବାୟ ଚିନିଶିଳ୍ପ କର୍ତ୍ତୃପକ୍ଷ କର୍ମଚାରୀ ସଂଘର ଦୀର୍ଘ ଦିନର ନ୍ୟାୟୋଚିତ ଦାବୀ ପୂରଣ ଦିଗରେ ନୀତିନିୟମ ଅନୁଯାୟୀ ୧ ମାସ ମଧ୍ୟରେ ପଦକ୍ଷେପ ନିଆଯିବ ବୋଲି ଲିଖିତ ପ୍ରତିଶୃତି ଦେବା ପରେ ଶାନ୍ତିପୂର୍ଣ୍ଣ ଗଣଧାରଣା ସେତେବେଳେ ସ୍ଥଗିତ ରଖାଯାଇଥିଲା ବୋଲି ସଂଘର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ବିଦେଶୀ ନାହାକ ସୂଚନା ଦେଇଛନ୍ତି । ତେବେ ଦାବୀ ପୂରଣରେ ବିଳମ୍ବ ଯୋଗୁଁ ପୁଣି ବହୁ କର୍ମଚାରୀ ଗତ ୨୧ ତାରିଖ ଠାରୁ କଳାବ୍ୟାଜ୍‍ ପରିଧାନ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଜଣାପଡିଛି । ଆସିକା ସମବାୟ ଚିନିଶିଳ୍ପର କର୍ମଚାରୀମାନଙ୍କ ୩ ଦଫା ଦାବୀ ପୂରଣ ଲାଗି କଳାବ୍ୟାଜ୍‍ ପରିଧାନ ସଂକ୍ରାନ୍ତରେ ଚିନିକଳର ପରିଚାଳନା ପରିଷଦର ସଭାପତି ରବିନ୍ଦ୍ର ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେମାନେ କହିଲେ ଯେ ଓଡିଶା ସରକାରଙ୍କ ସମବାୟ ଆଇନ ଏବଂ ଚିନିଶିଳ୍ପର ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କର୍ମଚାରୀମାନଙ୍କ ଦାବୀ ପୂରଣ ଦିଗରେ ଅତି ଶୀଘ୍ର ପଦକ୍ଷେପ ନିଆଯାଉଛି । ରାଜ୍ୟ ସରକାର ତଥା ସମବାୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଆସିକା ସମବାୟ ଚିନିଶିଳ୍ପରେ କାର୍ଯ୍ୟରତ ଥିବା ଏନ୍‍ଏମ୍‍ଆର୍‍ ଅସ୍ଥାୟୀ କର୍ମଚାରୀମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ୩ ଦଫା ଦାବୀ ପୂରଣ ଦିଗରେ ପଦକ୍ଷେପ ନେବାକୁ ସଂଘର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ବିଦେଶୀ ନାହାକ, ସାଧାରଣ ସଂପାଦକ ଦାମୋଦର ସିୟ, ଉପସଭାପତି ଦିଲୀପ କୁମାର ସ୍ୱାଇଁ ଓ କୈଳାଶ ଚନ୍ଦ୍ର ପଟ୍ଟନାୟକ, ସହସଂପାଦକ ନାଗେଶ୍ୱର ରାଓ, ଯୁଗ୍ମ ସଂପାଦକ ମନୋଜ ନାହାକ, କୋଷାଧ୍ୟକ୍ଷ କୈଳାଶ ଗୌଡ, ସକ୍ରିୟ ସଦସ୍ୟ ବାବୁଲା ପ୍ରଧାନ, ବିଜୟ ନାହାକ, ଚାପଧର ରାଉତ, ଭଗବାନ ବେହେରା, ଅଶୋକ ପ୍ରଧାନ, ସୁରଜ ଗୌଡ, କାଳୁଚରଣ ସ୍ୱାଇଁ, ବିଜୟ ମହାନ୍ତି, ଶିବରାମ ରାଉଳ, ସୁରେନ୍ଦ୍ର ବେହେରା, ଅତୁଲ୍ୟଖଣ୍ଡୁଆଳ, ହାଡୁ ପାତ୍ର, ତ୍ରିନାଥ ସ୍ୱାଇଁ, ପ୍ରିୟବ୍ରତ ପାତ୍ର, ତ୍ରିନାଥ ବେହେରା, ଜିତୁ ଗୌଡ, ରାମଚନ୍ଦ୍ର ଜେନା, ବିନୋଦ ଜେନା, ଭଗବାନ ମହାନ୍ତି, ଚନ୍ଦ୍ରଶେଖର ସ୍ୱାଇଁ, ସନ୍ତୋଷ କୁମାର ପଟ୍ଟନାୟକ, ଚିରଞ୍ଜିବୀ ପାତ୍ର, ଅର୍ଜୁନ ପାତ୍ର, ହାଡୁବନ୍ଧୁ ବାରିକଙ୍କ ସମେତ ବହୁ ସଦସ୍ୟ ଅନୁରୋଧ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ