ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଜନ୍ମଦିବସ ପାଳିତ
ଆସିକା (ୱାଇଏନ୍ଏସ୍) ସ୍ଥାନୀୟ କଳିଙ୍ଗ ରୋଡ୍ ସ୍ଥିତ ସତ୍ସଙ୍ଗ ବିହାର ପରିସରରେ ପରମପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ପୂଣ୍ୟ ୫୯ତମ ଜନ୍ମଦିବସ ମହୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୋର ସମୟରେ ସତ୍ସଙ୍ଗ ବିହାର ପରିସରରେ ବ୍ରାହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ ଓ ନହରତ, ଉଷା କୀର୍ତ୍ତନ, ସମବେତ ଉଷା ବିନତୀ,ମାତୃ ସମ୍ମିଳନୀ, ସନ୍ଧ୍ୟାବିନତୀ, ସତ୍ସଙ୍ଗ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଶତାଧିକ ଗୁରୁଭାଇ, ଗୁରୁମା ଓ ଶ୍ରଦ୍ଧାଳୁ ଆଧ୍ୟାତ୍ମିକପ୍ରେମୀ ଭକ୍ତ ସାମିଲ ହୋଇ ଭଜନକୀର୍ତ୍ତନ କରିଥିଲେ । ସତ୍ସଙ୍ଗ ବିହାର ପରିସରରେ ପରମପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ଜନ୍ମଦିବସ ପାଳନ ଅବସରରେ ଅନୁଷ୍ଠିତ ସତ୍ସଙ୍ଗ କାର୍ଯ୍ୟକ୍ରମରେ ଉତ୍ସବର ସଭାପତି କୁଳମଣି ସାହୁ ସଭାପତିତ୍ୱ କରିଥିଲା ବେଳେ କଟକ ସତ୍ସଙ୍ଗ କେନ୍ଦ୍ରର କାର୍ଯ୍ୟକର୍ତ୍ତା ଆଧ୍ୟାତ୍ମିକପ୍ରେମୀ ସହ ପ୍ରତିକ୍ରୀତିକ୍ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ଅଧୁର୍ଯ୍ୟ ନାରାୟଣ ପାତ୍ର, ଯାଜକ ରବିନ୍ଦ୍ର କୁମାର ନାୟକ, ଆସିକା ସତ୍ସଙ୍ଗ ବିହାରର ମୁଖ୍ୟ ପରିଚାଳକ ନାରାୟଣ ବେହେରା, କୋଷାଧ୍ୟକ୍ଷ ଶିବରାମ ମହାରଣା, ହିସାବରକ୍ଷକ ଜିତେନ୍ଦ୍ର କୁମାର ସେଠୀ, ସହ ହିସାବରକ୍ଷକ ଦିନେଶ୍ କୁମାର ସେଠୀ ପ୍ରମୁଖ ଯୋଗଦେଇ ପରମପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କର ଅବର୍ତ୍ତମାନରେ ପରମପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବ ଦୀର୍ଘ ବର୍ଷ ଧରି ଠାକୁରଙ୍କ ଭାବାଦର୍ଶକୁ ଆଗେଇ ନେବା ପାଇଁ ଜାରି ରଖିଥିବା ପ୍ରୟାସ ସଂପର୍କରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରି ଶ୍ରଦ୍ଧାଳୁ ଭକ୍ତମାନେ ଠାକୁରଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବାକୁ ଆହ୍ୱାନ କରିବା ସହ ନିଜକୁ କାମ, କ୍ରୋଧ, ଲୋଭ, ପରଶ୍ରୀକାତରତା ଠାରୁ ଦୂରେଇ ରହି ଏକ ସୁସ୍ଥ, ସୁନ୍ଦର ଜୀବନ ତଥା ପରିବାର ଗଠନ ନିମନ୍ତେ ଠାକୁରଙ୍କ ହାତଗଢା ସତ୍ସଙ୍ଗ କାର୍ଯ୍ୟକ୍ରମରେ ସଦାସର୍ବଦା ସାମିଲ୍ ହେବାକୁ ଆହ୍ୱାନ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଯୁଗ ପୁରୁଷୋତ୍ତମ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଶ୍ରଦ୍ଧାଳୁ ଭକ୍ତ କିରୋଶ ଚନ୍ଦ୍ର ନାହାକ, ଚନ୍ଦ୍ରଶେଖର ମହାରଣା, ଶ୍ରୀନିବାସ କାମ୍ପ, ରାମଚନ୍ଦ୍ର ଜେନା, ରଜନୀକାନ୍ତ ଦାଶ, ନୀଳମାଧବ ବେହେରା, ହିମାଂଶୁ ସ୍ୱାଇଁ, ହଜାରୀ ବେହେରା, ସନ୍ୟାସୀ ଜେନା, ଇଂ ସଚ୍ଚିଦାନନ୍ଦ ରାଉତ, ନିଗମାନନ୍ଦ ରାଉତ, କିଶୋର ଚନ୍ଦ୍ର ନାହାକ, ଭିକାରୀ ଚରଣ ପାତ୍ର, ରବିନ୍ଦ୍ର କୁମାର ସାହୁ, ପପୁନ୍ କୁମାର ସାହୁ, ରାଜେନ୍ଦ୍ର ପାତ୍ର, ପ୍ରକାଶ ରାଓ ଦୋରା, ସନ୍ତୋଷ କୁମାର ମିଶ୍ର, ଶିବଶଙ୍କର ମିଶ୍ର, ଗୋଲାପ ପ୍ରଧାନ, ଅନିତା ନାୟକ, ଭାଗ୍ୟଲତା ବେହେରା, ରୁନୁ ସାହୁ, ପ୍ରକାଶ ଚନ୍ଦ୍ର ରେଡି, ବିଜୟ କୁମାର ନାହାକ, ହରେକୃଷ୍ଣ ପ୍ରଧାନ, କାଳୀଚରଣ ପଟ୍ଟନାୟକ, ବଳରାମ ମହାରଣା, ସନ୍ତୋଷ କୁମାର ଗୌଡ, କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିବା ବେଳେ ବେଦ ମାଙ୍ଗଳିକ ଓ ନହରତ୍, ଉଷାକୀର୍ତ୍ତନ, ଉଷାବିନତି, ମାତୃ ସମ୍ମିଳନୀ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପରମପୂଜ୍ୟପାଦ ଶ୍ରୀ ଶ୍ରୀ ଆଚାର୍ଯ୍ୟଦେବଙ୍କ ପୂଣ୍ୟ ୫୯ତମ ଜନ୍ମ ଦିବସ ଉତ୍ସବ କାର୍ଯ୍ୟକ୍ରମରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ପ୍ରାୟ ଶତାଧୀକ ଠାକୁର ଅନୁକୂଳଚନ୍ଦ୍ରଙ୍କ ଭକ୍ତ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଞ୍ଚଳର ଶହଶହ ସଂଖ୍ୟାରେ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭକ୍ତମାନେ ସତ୍ସଙ୍ଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଭଜନ କୀର୍ତ୍ତିନ କରିବା ଦୃଶ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।


