ଘର ଉପରେ ପଡିଲା ତେନ୍ତୁଳି ଗଛ,ଅଳ୍ପକେ ବାର୍ତ୍ତିଗଲେ ପରିବାର

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ଥାନା ଅନ୍ତର୍ଗତ ହୁକୁମତୋଲା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ବହୁ ପୁରାତନ ତେନ୍ତୁଲି ଗଛ ଘର ଉପରେ ଟଳି ପଡ଼ିଥିଲା। ଭଗବାନଙ୍କ ଅପାର କୃପାରୁ ଘରେ ଥିବା ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି। ସୂଚନା ଅନୁଯାୟୀ ହୁକୁମତୋଲା ଗ୍ରାମ ଡ଼ମ୍ବ ସାହିର ଅଭି କୁଷୁଲିଆ,ପତ୍ନୀ କଳାବତୀ କୁଶୁଲିଆ ଖାଇପିଇ ତଳ ପଟ ଘରେ ନିଜ ଦୁଇ ପିଲାଙ୍କ ସହ ଶୋଇଥିଲେ। ରାତ୍ରିରେ ହଠାତ୍ ଏକ ଶବ୍ଦରେ ହେବାରୁ ପରିବାର ଲୋକେ ଉଠି ବାହାରକୁ ଆସି ଦେଖିବା ବେଳେ ଘର ପଛପଟ କାନ୍ଥ ଭାଙ୍ଗି ପଡ଼ିଛି। ଅନ୍ୟପଟେ ଘର ଆଗରେ ଥିବା ଆଉ ଏକ ତେନ୍ତୁଳି ଗଛିଟି ଉପରେ ଡେରି ହୋଇ ରହି ଯାଇଥିଲା। ଟଳି ପଡ଼ିଥିବା ବଡ଼ ଗଛଟି ଯଦି ଆଗ ପଟର ଗଛର ସାହାରା ପାଇନଥାନ୍ତା ତେବେ ସମ୍ପୂର୍ଣ୍ଣ ଘର ସହିତ ପରିବାର ସମାଧି ପାଇ ଯାଇଥାନ୍ତେ। ସକାଳୁ ଖବର ପାଇବା ପରେ ଉଭୟ ମୁନିଗୁଡ଼ା ଓ ବିଷମକଟକ ଅଗ୍ନିଶମ ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ ଓ ଦେବରାଜ ପ୍ରଧାନଙ୍କ ନେତୃତ୍ବରେ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗଛଟିକୁ ଅତି ସତର୍କତାର ସହିତ ଖଣ୍ଡ ଖଣ୍ଡ କାଟି ବର୍ତ୍ତି ଯାଇଥିବା ଅବଶିଷ୍ଟ ଘରକୁ ସୁରକ୍ଷା ଯୋଗାଇ ଦେଇଥିଲେ। ଏଣୁ ପ୍ରଶାସନ ଘଟଣାର ତଦନ୍ତ କରି ଏହି ଗରିବ ପରିବାରକୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ