ଗୁଡ଼ାରି ଏନ୍‌ଏସିକୁ ମିଳିବ ରାଜ୍ୟସ୍ତରୀୟ ସମ୍ମାନ

ଗୁଣପୁର (ୱାଇ ଏନ ଏସ): ରାୟଗଡା ଜିଲ୍ଲା ଗୁଡାରି ଏନଏସି ନିଜସ୍ବ ରାଜସ୍ବ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ୨୦୧୫-୧୬ ଆର୍ଥିକ ବର୍ଷରେ ଗୁଡାରି ଏନଏସି ପକ୍ଷରୁ ୩୬.୪୫ ଲକ୍ଷ ଟଙ୍କା ନିଜସ୍ବ ରାଜସ୍ବ ସଂଗ୍ରହ କରାଯାଇଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ୭୦.୨୦ ଲକ୍ଷ ଟଙ୍କାରେ ପହଞ୍ଚିଛି। ଫଳରେ ନିଜସ୍ବ ରାଜସ୍ବ ସଂଗ୍ରହରେ ପ୍ରାୟ ୯୨ ପ୍ରତିଶତ  ବୃଦ୍ଧି ଘଟିଛି । ଏଥିପାଇଁ ଗୁଡାରି ଏନ ଏ ସି ରାଜ୍ୟସ୍ତରୀୟ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି।  ଏହି ଉଲ୍ଲେଖନୀୟ ସଫଳତା ହାସଲ କରିବାରେ ଏନଏସିର ଅଧିକାରୀ ଓ କର୍ମଚାରୀଙ୍କ ପ୍ରୟାସ ଏବଂ ରାଜସ୍ବ ସଂଗ୍ରହରେ ନିରନ୍ତର ଉଦ୍ୟମ ସଫଳତାର ମୁଖ୍ୟ  ଆଧାର ପାଲଟିଛି ବୋଲି ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ ସୂଚନା ଦେଇଛନ୍ତି | ନିଜସ୍ବ ରାଜସ୍ବ ସଂଗ୍ରହରେ ଏହି ବୃଦ୍ଧିକୁ ସ୍ବୀକୃତି ଦେଇ ଗୃହ ଓ  ନଗର ଉନ୍ନୟନ ଉନ୍ନୟନ ବିଭାଗ ପକ୍ଷରୁ ଗୁଡାରି ଏନଏସି ରାଜସ୍ବ ସଂଗ୍ରହ ସଂଗ୍ରହରେ ଉଲ୍ଲେଖନୀୟ ସଫଳତା ପାଇଁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ  କରା‌ଯିବ। ଆସନ୍ତା ଅଗଷ୍ଟ ୩୧ ତାରିଖରେ ସ୍ବାୟତ୍ତ ଶାସନ ଦିବସ ଅବସରରେ ଭୁବନେଶ୍ବର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ଗୁଡାରି ଏନଏସିକୁ  ପୁରସ୍କାର ପ୍ରଦାନ କରାଯିବ | ପୁରସ୍କାର ପ୍ରଦାନ ବାବଦରେ  ଗୁଡାରି ଏନଏସିକୁ ୨ କୋଟି ଟଙ୍କା ମିଳିବ  ବୋଲି ସୂଚନା ମିଳିଛି। ଏହି ଅଵସରରେ ରାୟଗଡା ଜିଲ୍ଲାପାଳ  ଆଶୁତୋଷ କୁଲକର୍ଣ୍ଣୀ ଏବଂ ଜିଲ୍ଲା ନଗର ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଅକ୍ଷୟ କୁମାର ଖେମୁଣ୍ଡୁ ଗୁଡାରି ଏନଏସିର ନିର୍ବାହୀ ଅଧିକାରୀ ଏବଂ କର୍ମଚାରୀଙ୍କୁ ସାଧୁବାଦ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ