ବିଶ୍ୱ ପରିବେଶ ଦିବସ
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର କେ.ବାଲିପାଳ ପଞ୍ଚାୟତ ଅଧୀନ ପାଲବଣି ଗ୍ରାମ ରେ ଆଜି ଆର.ସି.ଡ଼ି.ସି ଅନୁଷ୍ଠାନ ତରଫରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଏଥିରେ ଆର.ସି.ଡ଼ି.ସି ର କାର୍ଯ୍ୟକ୍ରମ ପରିଚାଳକ ଆନନ୍ଦ ସେଠୀ ଯୋଗଦେଇ ଭୂମୀ ପୁନରୁଦ୍ଧାର ମରୁଡ଼ିର ପ୍ରତିରୋଧ କ୍ଷମତାକୁ କିପରି ସୁ ସଂଗଠିତ ଭାବେ କରାଯିବ ସେଥିପାଇଁ ବିଶେଷ ଭାବେ ଆଲୋଚନା କରି ଆଗାମୀ ଦିନରେ ଅନେକ କାଯ୍ୟକ୍ରମ ଆୟୋଜନ କରିବାକୁ ଗ୍ରାମବାସୀ ମାନେ ଚିନ୍ତା କରିବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ। ଆଜିର ଦିବସରେ ବିଶେଷ କରି ବୃକ୍ଷ ରୋପଣ ଅଭିଯାନ, ଜଳ ସଂରକ୍ଷଣ, ଗୋଷ୍ଟି ଜଙ୍ଗଲ ଅଧିକାର ଆଇନ ଉପରେ କାମ କରିବାକୁ ଯୁବକ ମାନଙ୍କୁ ଆହ୍ୱାନ ଦେଇଥିଲେ। ଜଙ୍ଗଲ ବଞ୍ଚିଲେ ଆମେ ବଞ୍ଚିବା, ବନ ସଂରକ୍ଷଣ ମାଧ୍ୟମରେ ମରୁଡ଼ି ମୁକାବିଲା ସମ୍ଭବ ବୋଲି ଗ୍ରାମବାସୀ ମାନେ ନିଜ ନିଜର ବକ୍ତବ୍ୟରେ ଉଲେଖ କରିଥିଲେ। ଆଜିର ଗ୍ରାମସଭା ପରେ ଆର୍ ସି ଡ଼ି ସି ଅନୁଷ୍ଠାନ ତରଫରୁ ଦିଆ ଯାଇଥିବା ବାଇଗଣପଲେଇ, ଦଶରୀ ଓ ଆମ୍ରପାଲି ଭଳି ମୂଲ୍ୟବାନ ଆମ୍ୱଗଛ ଗୁଡିକୁ ପାଲବଣିର ନୂଆ ପୋଖରୀ ହୁଡାରେ ରୋପଣ କରାଯାଇଥିଲା। ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ କେ.ବାଲିପାଳ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଧର ନାୟକ , ତଦାଶା ସ୍ୱେଚ୍ଛାସେବୀ ଅନୁଷ୍ଠାନର ବିଜୟ ରାଉତ ,ସୁଶ୍ରୀ ଝରଣା ପ୍ରମୁଖ ଯୋଗଦେଇଥିଲେ। ଗ୍ରାମ ବାସୀଙ୍କ ତରଫରୁ ସାଧୁ ସୋରେନ, ରାମୟୀ ପୂର୍ତ୍ତି, ତୁରାମ ହେମ୍ବ୍ରମ, ସମୁ ହୋ, ସୁନାରାମ ପୂର୍ତ୍ତି, ଦଶା ମହାକୁଡ଼ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସ୍ୱେଚ୍ଛାସେବୀ ବୁଧିରାମ ପୂର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ।


