ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ

ଗୁଣପୁର (ୱାଇଏନଏସ) ଗୁଣପୁର ସ୍ଥିତ ଗାୟତ୍ରୀ ଫାର୍ମାସି ମହାବିଦ୍ୟାଳୟରେ ବିଶ୍ବ ଫାର୍ମାସିଷ୍ଟ ଦିବସ ପାଳିତ ହୋଇଯାଇଛି । ଫାର୍ମାସୀ କାଉନସିଲ୍ ଅଫ୍ ଇଣ୍ଡିଆ ଏବଂ ଏଫ.ଆଇ.ପି ର । “ସୁସ୍ଥ ଭବିଷ୍ୟତ ପାଇଁ ଫାର୍ମାସିଷ୍ଟମାନଙ୍କୁ ସଶକ୍ତ କରିବା”  ଆଜିର ଫାର୍ମାସୀ ଦିବସର ମୁଖ୍ୟ ଆଲୋଚନାର ବିଷୟବସ୍ତୁ ଥିଲା । ଅନୁଷ୍ଠାନର ନିର୍ଦ୍ଦେଶକ  ଡ଼ା: ମନୋରଜଂନ ସାହୁ ଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା ।  ରୟାଲ କଲେଜ ଅଫ ଫାର୍ମାସୀ ବ୍ରହ୍ମପୁରରୁ ପ୍ରଫେସର ସୁଧୀର କୁମାର ସାହୁ ଏବଂ ପ୍ରଫେସର ଘନଶ୍ୟାମ ପାଣିଗ୍ରାହୀ  ଅତିଥିରୁପେ ଯୋଗଦେଇ ଫାର୍ମାସି ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ ।  ମୁଖ୍ୟ ବକ୍ତା ଭାବେ ସି ପି ଏସ ମୋହୁଡ଼ା ବୈଷୟିକ ବିଦ୍ୟାଳୟ ର ପ୍ରଫେସର ସଂଜୀବ ପାତ୍ର ଯୋଗଦେଇ ରୋଗମୁକ୍ତ ଭବିଷ୍ୟତ ପାଇଁ ସଶକ୍ତ ଫାର୍ମାସିଷ୍ଟ ଙ୍କ ଭୂମିକା ସମ୍ପର୍କ ରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଜଗଦିଶ ଖୁଣ୍ଟିଆ,ପ୍ରାଧ୍ୟାପିକା ପ୍ରିୟଙ୍କା ପାଢ଼ି  ପ୍ରମୁଖ ମଞ୍ଚାସୀନ ଥିଲେ । ଫାର୍ମାସିଷ୍ଟ ମାନଙ୍କ କାର୍ଯ୍ଯ ଓ ସମାଜ ପାଇଁ ସେମାନଙ୍କ ଅବଦାନ ବିଷୟରେ ନିର୍ଦେଶକ ଶ୍ରୀ ସାହୁ  ନିଜ ଅଭିଭାଷଣରେ  ସ୍ବାସ୍ଥ୍ୟ ସବୁସମୟରେ ଠିକ୍ ରୁହେନି, ବାରମ୍ବାର ରୋଗରେ ଆକ୍ରାନ୍ତ ହୋଇ ଅନେକ ଲୋକ ଜୀବନ ହରାଉଛନ୍ତି । ଏହାର ପ୍ରମୁଖ କାରଣ ହେଲା ନିୟମିତ ଠିକ୍ ରୋଗ ପାଇଁ ଠିକ୍ ଔଷଧର ସେବନ କରାନଯିବା । ଏହି ଦିଗରେ କେବଳ ଫାର୍ମାସିଷ୍ଟ ମାନେ କେଉଁ ରୋଗ ପାଇଁ କି ପ୍ରକାରର ଔଷଧ ଆବଶ୍ୟକ ତାହା ଉଦ୍ଭାବନ କରନ୍ତି ଓ ଏହାଦ୍ବାରା କିପରି ଅନ୍ୟଙ୍କ ଜୀବନ ରକ୍ଷା କରିବାରେ ସହାୟତା ହୋଇଥାଏ ବୋଲି   କହିଥିଲେ । କାର୍ଯ୍ୟକ୍ରମ ଶେଷରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଇଁ ହୋଇଥିବା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ମହାବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ଅକ୍ଷୟ ଦାଶ ଓ ପରିଚାଳନା ନିର୍ଦ୍ଦେଶକ  ସଞ୍ଜୟ ସାହୁ ଲୋକଙ୍କ ସେବା କ୍ଷେତ୍ରରେ ଫାର୍ମାସିଷ୍ଟ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ  ବୋଲି ମତବ୍ୟକ୍ତ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ