ଓଡ଼ିଶା ପ୍ରସିଦ୍ଧ ଐତିହାସିକ ବାଣପୁର ପଞ୍ଚୁଦୋଳ

ଭୁବନେଶ୍ୱର, (ସମୀର ରଞ୍ଜନ ନାୟକ):ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଞ୍ଚୁଦୋଳ ପଡିଆ ଝଲସି ଉଠୁଛି । ମାଦଳା ପାଞ୍ଜି ଅନୁସାରେ ମଧ୍ୟ ରାତ୍ରିରେ ୧୫୦ରୁ ଊର୍ଦ୍ଧ୍ବ ଦେବାଦେବୀମାନେ ୮୫ ଗୋଟି ସୁସଜ୍ଜିତ ବିମାନରେ ଏକାଠି ହୋଇଛନ୍ତି ।ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ଠାରୁ ପାଞ୍ଚଦିନ ପରେ ବୁଧବାର ମାହେନ୍ଦ୍ର ବେଳା ରାତ୍ର ୧୧ ଘଟିକା ୩୫ ମିନିଟ ପରେ ସ୍ଥାନାଧିପତି ଚରଣ ଚକାଦେବ ଓ ମା ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ଠାକୁର ମାନେ ମେଳଣ ପଡିଆକୁ ଆସିଥିଲେ। ପ୍ରଥମେ ମା’ ଭଗବତୀ ଓ ଚକାଦେବ ମେଳଣ ପଡିଆରେ ପଦାର୍ପଣ କରି ଆସନ ଗ୍ରହଣ କଲା ପରେ ବାଣପୁର ଅଞ୍ଚଳର ଗାଁ ସହର ଓ ପୁରପଲ୍ଲୀର ଦେବଦେବୀ ମାନେ ସୁସଜ୍ଜିତ ଦୋଳ ବିମାନରେ ବିଭିନ୍ନ ଥାଟ ପାଟ ଓ ପଟୁଆରରେ ଆସି ମେଳଣ ପଡିଆରେ ନିଜ ନିଜର ଅସ୍ଥାନରେ ଅଭିଷିକ୍ତ ହୋଇଥିଲେ।ସନ୍ଧ୍ୟା ସମୟରୁ ପଲଟନ ପଡିଆର ଛାୟା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା। ବିଭିନ୍ନ ଗ୍ରାମର ଦେବା ଦେବୀ ମାନେ ପ୍ରତିଯୋଗିତା ମୁଲକ ପଟୁଆରରେ ଆସିଥିଲେ୫୦ ହଜାର ଶ୍ରଦ୍ଧାଳୁ ବାଣପୁର ପଞ୍ଚୁଦୋଳ ରେ ଦେବାଦେବୀଙ୍କ ଆଗମନ ଓ ପଟୁଆରକୁ ଉପଭୋଗ କଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ