ଟାଟା ଷ୍ଟିଲ ଯୋଡା ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ

ଯୋଡା, (ସମୀର କୁମାର ଦାସ):ଟାଟା ଷ୍ଟିଲ ଯୋଡା ଠାରେ ରବିବାର ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି Iଏହି ଉତ୍ସବରେ ଟାଟା ଷ୍ଟିଲ ଯୋଡା ଚିଫ ରାଜେଶ କୁମାର, ଜେସିଓ ଅଫିସ ଠାରେ ପତାକା ଉତ୍ତୋଳନ କରିଥିଲେ I ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ସମ୍ମାନିତ ଅତିଥି, ୟୁନିଅନ ସଦସ୍ୟ ମାନଙ୍କ ସହିତ ଟାଟା ଷ୍ଟିଲ ର କର୍ମଚାରୀ ମାନେ ମଧ୍ୟ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମରେ ସୁରକ୍ଷା କର୍ମୀ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ କରାଯାଇଥିଲା I ଏହି ଅବସରରେ ନିଷ୍ଠାପର କାର୍ଯ୍ୟ ପାଇଁ ୧୧ ଜଣ ସୁରକ୍ଷା କର୍ମୀ ଙ୍କୁ ସମ୍ମାନିତ କରାଯାଇ ପୁରସ୍କାର ପ୍ରଦାନ କରାଯାଇଥିଲା Iଏଥି ସହିତ ଟାଟା ଷ୍ଟିଲ ଯୋଡା ଡାକ୍ତରଖାନା ରେ କର୍ମଚାରୀ ମାନଙ୍କ ପକ୍ଷରୁ ରୋଗୀମାନଙ୍କ ମଧ୍ୟରେ ଫଳ ବଣ୍ଟନ କରାଯାଇଥିଲା Iଏତଦବ୍ୟତୀତ ଯୋଡା ଇଷ୍ଟ ଖଣି, ଖଣ୍ଡବନ୍ଧ ଖଣି, ଯୋଡା ୱେଷ୍ଟ ଅଫିସ, ନୀଳାଚଳ ଖଣି ଏବଂ କଳମଙ୍ଗ ଏବଂ ଗନ୍ଧଲପଦା ପ୍ରକଳ୍ପ ଠାରେ ଟାଟା ଷ୍ଟିଲ ପକ୍ଷରୁ ପତାକା ଉତ୍ତୋଳନ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ