ତିରିଂରେ ଯୁବକଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଗିତିଲତା ଗାଁ ମୁଣ୍ଡରେ ଅର୍ଜୁନ ଗଛରେ ଚୁନିରିରେ ଫାଶିହୋଇଥିବା ଦୁଇ ଯୁଗଳ ବନ୍ଦୀଙ୍କ ଝୁଲନ୍ତା ଶବ ପୋଲିସ ଦ୍ୱାରା ଉଦ୍ଧାର ହୋଇଛି । ପ୍ରକାଶ ଥାଉକି ଗିତିଲତା ଗାଁର ବିବାହିତ ଯୁବକ ରବିନ୍ଦ୍ର @ ରାମେଶ୍ୱର ପାତ୍ର(୩୦) ସହିତ ସେହି ଗାଁର ସାବିତ୍ରୀ ନାଏକ(୨୪)ସହ ଗୁପ୍ତ ପ୍ରଣୟ ନେଇ ଏଭଳି ଆତ୍ମହତ୍ୟା ଭଳିଆ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବୋଲି ସନ୍ଦେହ କରାଯାଉଛି । ୪/୫ବର୍ଷ ତଳେ ଦୁଇ ଜଣ ଯାକ ଚେନ୍ନାଇରେ କାମ କରୁଥିବା ବେଳେ ସଂପର୍କ ଗଢି ଉଠିଥିଲା । ଏହାକୁ ନେଇ ଗାଁରେ ଉଭୟ ପରିବାର ସହ ଗାଁରେ ଏକ ବୈଠକ ବସିଥିଲା । ଏବଂ ଉଭୟ ପରସ୍ପରଠୁ ଦୂରେଇ ଯିବା ପାଇଁ ସିଦ୍ଧାନ୍ତ ହୋଇଥିଲା । ପରେ ପୁଅ ଚେନାଇରୁ ଫେରି ଧାନବାଦରେ କାମ କରୁଥିଲା । ଲକ୍ ଡାଉନ୍ ରେ ସେ ଘରକୁ ଆସିଥିଲା । ଝିଅଟି ଚେନ୍ନାଇରୁ ଫେରି ଟାଟା ନଗର ଆସି କାମ କରୁଥିଲା ।୧୩ତାରିଖ ଦିନ ଝିଅଟି ୨୦,୦୦୦ଟଙ୍କା ଘରକୁ ପଠାଇଥିଲା ଓ କହିଥିଲା ୨୦୦୦ଟଙ୍କା ରଜ ଖର୍ଚ୍ଚ କରିବ । ଲକ୍ ଡାଉନ୍ ଖୋଲିଲେ ସେ ଘରକୁ ଆସିବ । ରବିବାର ଦିନ ରାମେଶ୍ବର ଗାଁରେ ସାଙ୍ଗ ସହିତ ତାସ ଖେଳୁଥିଲା । ଘରେ ମାଛ ମାଂସ ରୋଷେଇ ହୋଇଥିଲା ।ଘର ଲୋକେ ଖରାବେଳେ ଖାଇବାକୁ ଡାକିଥିଲେ, ସେ କହିଲା ପରେ ଯିବି ।ଆଉ ସେ ଘରକୁ ଫେରି ନ ଥିଲା । ସୋମବାର ସକାଳୁ ଗାଁ ଲୋକେ ଶୌଚ ପାଇଁ ଯାଇଥିବା ବେଳେ ଗାଁ ମୁଣ୍ଡରେ ଅର୍ଜୁନ ଗଛରେ ଦୁଇଜଣଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୋଲିସ ଓ ଗାଁ ବାପାଙ୍କୁ ଖବର ଦେଇଥିଲେ ।ତିରିଂ ପୋଲିସ ଘଟଣାସ୍ଥଳରେ ପହଂଚି ଶବର ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଛାନଭିନ ଆରମ୍ଭ କରିଛି । ଏଥିନେଇ ୧୦/୨୦ ମାମଲା ରୁଜୁ କରିଛି । ଝିଅଟି ଟାଟାରେ ଥିଲା । କେତେବେଳେ ଗାଁକୁ ଆସିଲା । ଏହି ଦୁଇ ଜଣ କେତେବେଳେ ଭେଟାଭେଟି ହୋଇ ଏଭଳି କାଣ୍ଡ ଭିଆଇଲେ ତାହା ତଦନ୍ତ ସାପେକ୍ଷ! ମୃତ ବିବାହିତ ଯୁବକର ବର୍ଷକର ପୁଅ ଅଛି ।ପୁଅ ଓ ଝିଅ ଉଭୟ ଅଲଗା ସଂପ୍ରଦାୟର । ଗାଁରେ ଏକ ଶୋକାକୁଳ ପରିବେଶ ହୋଇଛି । ପବିତ୍ର ରଜ ସଂକ୍ରାନ୍ତିରେ ଏହି ଯୁଗଳବନ୍ଦୀଙ୍କର ଏଭଳି କାରନାମା ଗାଁର ରଜ ପର୍ବକୁ ଫିକା କରିଦେଇଛି !ଘଟଣାସ୍ଥଳରେ ମୟୂରଭଂଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ମୁର୍ମୁ ଘଟଣାସ୍ଥଳରେ ପହଂଚି ମୃତକଙ୍କ ପରିବାରକୁ ସାନ୍ତ୍ଵନା ଦେବା ସହ କିଭଳି ଶିଘ୍ର ଶବ ବ୍ୟବଚ୍ଛେଦ କରାଯିବ ତାହା ପୋଲିସ ସହ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ