ପାଣି ଟାଙ୍କିରୁ ଖସି ଯୁବକର ମୃତ୍ୟୁ

ନୀଳଗିରି,(ୱାଏନଏସ):ନୀଳଗିରି ବ୍ଳକ ମଛୁଆ ପଞ୍ଚାୟତ ବଡ଼କାଳିଆପଦା ଗ୍ରାମର ଯୋଗେନ୍ଦ୍ର ମହାନ୍ତିଙ୍କ ପୁଅ ଅକ୍ଷୟ ମହାନ୍ତି (୨୯) ଶନିବାର ଦିନ ୧୨.୪୫ରୁ ୧ଟା ମଧ୍ୟରେ ଗ୍ରାମରେ ଥିବା ବସୁଧା ଯୋଜନା ରେ ନିର୍ମିତ୍ତ ଓଭର ହେଡ ଟାଙ୍କି କୁ ଉଠି ପାଣି ଟାଙ୍କି ପାଖକୁ ସିଡ଼ି ମାଧ୍ୟମରେ ଯାଇଥିଲା। ଗତ ୫ ବର୍ଷ ତଳେ ନିର୍ମିତ୍ତ ଉକ୍ତ ସିଡ଼ି ରେ କୌଣସି ସୁରକ୍ଷା ରିଲିଙ୍ଗ ନଥିବାରୁ ଭାରସାମ୍ୟ ହରାଇ ଅକ୍ଷୟ ୬୦ ଫୁଟ ତଳେ ମାଟିରେ ପଡ଼ିବାରୁ ଘଟଣା ସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା।ପରେ ପରିବାର ଲୋକେ ଗ୍ରାମବାସୀ ମିଶି ନୀଳଗିରି ଡାକ୍ତର ଖାନାକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ଏନେଇ ନୀଳଗିରି ପୋଲିସ ପକ୍ଷରୁ ୫୨/୨୪ ଏକ ଅପମୃତ୍ୟୁ ମାମଲା ରୁଜ୍ଜ୍ଜୁ କରାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ