ପାରିବାରିକ ଅସନ୍ତୋଷର କରୁଣ କାହାଣୀ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ 

ବାଙ୍ଗିରୀପୋଷୀ,(ଶିବ ଶଙ୍କର ମାନ୍ନା): ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା। ସ୍ତ୍ରୀକୁ ମାରି ଫେରାର ହେଲା ହତ୍ୟାକାରୀ ସ୍ୱାମୀ । ମୃତ ମହିଳା ଜଣକ ହେଉଛନ୍ତି କୁନି ମୁଣ୍ଡା (୩୬) ଏବଂ ଅଭିଯୁକ୍ତ ସ୍ୱାମୀ ଦୋରା ମୁଣ୍ଡା(୪୪) ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଗୋଲାମୁଣ୍ଡାକଟା ପଞ୍ଚାୟତ ସିମିଳା ଗାଁରେ ଏହିପରି ଦୁଃଖଦ ଘଟଣା ଘଟିଛି। ସୂଚନା ମୁତାବକ, ଦୋରା ମୁଣ୍ଡା ତାଙ୍କ ସ୍ତ୍ରୀଙ୍କୁ ୫/୬ ଦିନ ତଳେ ନିସ୍ତୁକ ମାଡ଼ ମାରିଥିଲେ ଏବଂ ଘରୁ ଫେରାର ହୋଇ ଯାଇଥିଲେ । କୁନିକୁ ମୁର୍ମୂଷୁ ଅବସ୍ଥାରେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକେ ଉନ୍ନତି ହେବାରୁ ପୁଅ ଘରକୁ ନେଇ ଆସିଥିଲେ । ତେବେ ଘରେ ଗତକାଲି କୁନି ମୁଣ୍ଡାର ମୃତ୍ୟୁ ହୋଇଛି । ମୃତକଙ୍କ ପୁଅ ପାଖରୁ ଖବର ପାଇ ବାଙ୍ଗିରିପୋଷି ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ସହ ଏସଆଇ ସସ୍ମିତା ସାମଲ, ଏଏସଆଇ ବିଶ୍ୱରଞ୍ଜନ ପରିଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।ଦୋରା ଫେରାର ହୋଇ ଯାଇଥିବା ବେଳେ ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବାରିପଦା ପି ଆରଏମ ମେଡିକାଲକୁ ପଠାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ