ପ୍ରଭୁ ଈଶ୍ୱରନାଥଙ୍କ ମନ୍ଦିରରେ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ
ନିମାପଡ଼ା,( ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଜିଉନ୍ତି ଗ୍ରାମ ର ଆରାଧ୍ୟ ଦେବତା ପ୍ରଭୁ ଈଶ୍ୱରନାଥ ଙ୍କ ଜାଗର ଯାତ୍ରା ଅବସରରେ ମନ୍ଦିର ପରିସର ରେ ୩୪ ତମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଏହା ଚାରି ଦିନ ଧରି ଚାଲି ମହା ଶିବ ରାତ୍ରୀ ବା ଜାଗର ଯାତ୍ରା ଦିନ ଶେଷ ହେବ। ରବିବାର ଦିନ ଶାଳା ସଂସ୍କାର, ଜଳ ଆହରଣ, ଅଙ୍କୁରାରୋପଣ, ଶୁଭାଧିବାସ କର୍ମ କରା ଯାଇଥିବାବେଳେ ସୋମବାର ରୁଦ୍ରାଭିଷେକ, ସପ୍ତସତୀ ଚଣ୍ଡୀପାଠ କରାଯାଇ ବିଶ୍ଵଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଛି। ଜିଉନ୍ତି ଗ୍ରାମ ର ଗୋପବନ୍ଧୁ ଯୁବ ସାମାଜିକ ସଂଗଠନ ପକ୍ଷରୁ ବିଶ୍ଵଶାନ୍ତି ମହାଯଜ୍ଞ ର ପରିଚାଳନା କରାଯାଉ ଥିବାବେଳେ ଚଳିତ ବର୍ଷ କର୍ତ୍ତା ଭାବେ ଦେବେନ୍ଦ୍ର ଦାଶ ଓ କର୍ତ୍ତି ଭାବେ ମଞ୍ଜୁଲତା ଦାଶ କାର୍ଯ୍ୟ କରୁଛନ୍ତି। ପଣ୍ଡିତ ଅମୂଲ୍ୟ କୁମାର କର ଙ୍କ ଦ୍ଵାରା ସମସ୍ତ ପୂଜା ନୀତି ଓ ଯଜ୍ଞ କାର୍ଯ୍ୟ କରା ଯାଉଥିବାବେଳେ
ସମସ୍ତ ଗ୍ରାମବାସୀ ସାହାଯ୍ୟ ସହଯୋଗ ଯୋଗାଇ ଦେଉଛନ୍ତି।
ଜାଗର ଯାତ୍ରା ପାଇଁ ଜିଉନ୍ତି ଗ୍ରାମ ଓ ପ୍ରଭୁ ଈଶ୍ୱରନାଥ ଙ୍କ ପୀଠ ଉତ୍ସବ ମୁଖର ହୋଇପଡ଼ିଛି।