ବାଜା ବଜେଇ ବାଣ ଫୁଟାଇ ସରୋଜ ଙ୍କୁ ସ୍ଵାଗତ କଲେ ପଞ୍ଚାୟତ ବାସୀ

ହାଟଡିହି, (ବିକାଶ ବିଶ୍ୱାଳ):ଗରିବ ଚାଷୀର ପୁଅ ଓପିଏସି ପରୀକ୍ଷାରେ ସଫଳତା ପାଇଛି ।. ଏଥିପାଇଁ ଗାଁ ହୋଇ ଉଠିଛି ଉତ୍ସବ ମୁଖର । ଓପିଏସି ପରୀକ୍ଷାରେ ପଞ୍ଚାୟତର ପ୍ରଥମ ବ୍ୟକ୍ତି ଭାବେ ସଫଳତା ଅର୍ଜନ କରିଥିବାରୁ ପଞ୍ଚାୟତରେ ଖୁସିର ଲହରୀ ଖେଳି ଯାଇଛି। କେନ୍ଦୁଝରରେ ଶିକ୍ଷକତା କରୁଥିବା ସରୋଜ ଓପିଏସି ପରୀକ୍ଷାରେ ସଫଳତା ଅର୍ଜନ କରି ଆଜି ଘରକୁ ଫେରିବା ପରେ ତତ୍କାଳୀନ ମୁଗୁପୁରୁ ହାଇସ୍କୁଲ ପ୍ରଧାନ ଶିକ୍ଷକ ସନାତନ ଓଝା, ତତ୍କାଳୀନ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭଗବାନ ପଣ୍ଡା, ସପୋଟିର୍ଭ ହେଣ୍ଡର ରାଜୀବ ଦାସ, ଅଭୟ ଓଝା, ବିବେକାନନ୍ଦ ବେହେରା, ଅରୁଣ ସାହୁ, ଦୁଷ୍ମନ୍ତ ମଲ୍ଲିକ, ଅମ୍ରିତାନ୍ସୁ ଦାସ, ଶରତ ଜେନା, ଉତ୍ତରେଶ୍ୱର ମନ୍ଦିର କମିଟିର ସୁକାନ୍ତ ନାୟକ, ମୁଗୁପୁର ସମାଚାର କର୍ତ୍ତୃପକ୍ଷଙ୍କ ସମେତ ଗାଁ ଲୋକେ ଢୋଲ ବଜାଇ, ବାଣ ଫୁଟାଇ ଶୋରାଯାତ୍ରାରେ ବିଭିନ୍ନ ସ୍ଥାନରେ ବନ୍ଦାପନା କରି ଗାଁକୁ ପାଛୋଟି ନେଇଛନ୍ତି। ଜଣେ ବ୍ୟକ୍ତିର ସଫଳତା ପାଇଁ ଅର୍ଥ ଯେ ପ୍ରତିବନ୍ଧକ ନୁହଁ ତାହା ପ୍ରମାଣ କରି ଦେଖାଇଛନ୍ତି ସରୋଜ । ସେ ଅନ୍ୟ ମାନଙ୍କ ପାଇଁ ନିଶ୍ଚିତ ପ୍ରେରଣା ଯୋଗାଇବେ ବୋଲି କହିଛନ୍ତି ସପୋଟିର୍ଭ ହେଣ୍ଡର ସଦସ୍ୟ ମାନେ। ଓଡିଶା ପ୍ରଶାସନିକ ସେବା ରେ ବରେଶ୍ଵର ଗ୍ରାମର ଭଗବାନ ପଣ୍ଡା ଓ ମା ସାବିତ୍ରୀ ପଣ୍ଡାଙ୍କ ସୁପୁତ୍ର ସରୋଜ କୁମାର ପଣ୍ଡା ସଫଳତା ହାସଲ କରିଛନ୍ତି। ସେ ୨୬୯ ତମ ରେଙ୍କରେ ରହି ଏହି ସଫଳତା ହାସଲ କରିଛନ୍ତି। ତାଙ୍କ ବାପା ଜଣେ କ୍ଷୁଦ୍ର ଚାଷୀ ହୋଇଥିବା ବେଳେ ସେ ପନି ପରିବା ଚାଷ କରି ଯାହା ପାଆନ୍ତି ସେଥିରୁ ପରିବାର ପ୍ରତିପୋଷଣ ସହିତ ପୁଅକୁ ଉଚ୍ଚ ଶିକ୍ଷା ଦେବାରେ ଖର୍ଚ୍ଚ କରୁଥିଲେ। ଏପରିକି ସରୋଜ ଘରୋଇ ଆର୍ଥିକ ସ୍ଥିତିକୁ ଲକ୍ଷରଖି କିପରି ନିଜ ପଢାଖର୍ଚ୍ଚ ନିଜେ ବହନ କରିବା ପାଇଁ ଟିଉସନ କୁ ଆପଣେଇ ନେଇଥିଲେ। ସେ ଅନେକ ସଂଘର୍ଷ କରି ଏହି ସଫଳତା ପାଇଥିବା ବେଳେ ଆଗକୁ ଆଇଏଏସ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି। ତାଙ୍କର ସଫଳତାର ଶ୍ରେୟ ତାଙ୍କ ଶିକ୍ଷକ ଶିକ୍ଷୟତ୍ରୀ, ବାପା ମା ଓ ସାଙ୍ଗ ମାନଙ୍କୁ ଦେଇଛନ୍ତି। ତାଙ୍କ ପୁଅର ଏପରି ସଫଳତାରେ ଆତ୍ମହରା ହୋଇପଡିଛନ୍ତି ତାଙ୍କ ପିତା ମାତା ଓ ପରିବାର ଲୋକେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ