ବିଧବା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମର ଜନୈକା ବିଧବା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହେବା ପରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ବେଲଗୁଣ୍ଠା ପୋଲିସ୍ I ବିଧବା ମହିଳା ଜଣଙ୍କ ଦେଇଥିବା ଏତାଲା ପ୍ରକାରେ ଗତ ଛଅ ମାସ ତଳେ ତାଙ୍କ ସ୍ଵାମୀଙ୍କର ଦେହାନ୍ତ ହୋଇଥିଲା I ମହିଳା ଜଣଙ୍କର ଏକ ନଅ ବର୍ଷର କନ୍ୟା ସନ୍ତାନ ଅଛି I ମହିଳାଙ୍କ ସ୍ଵାମୀଙ୍କ ଦେହାନ୍ତ ପରେ ତାଙ୍କର ଜଣେ ଦୂର ସମ୍ପର୍କୀୟ ପୁତୁରା କାର୍ତ୍ତିକ ସ୍ୱାଇଁ (22) ମହିଳାଙ୍କୁ ସାହାଯ୍ୟ କରିବା ବାହାନାରେ ତାଙ୍କୁ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା I ଏହା ସହିତ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଏକଥା ବାହାରେ ପ୍ରଘଟ ନକରିବା ପାଇଁ କହିଥିଲା I ମହିଳା ଜଣଙ୍କର ବୟସ ମାତ୍ର 28 ବର୍ଷ ହୋଇଥିବାରୁ ସେ ମଧ୍ୟ କାର୍ତ୍ତିକର ପ୍ରଲୋଭନରେ ରାଜି ହୋଇଯାଇଥିଲେ I ଏହାପରେ ଉଭୟଙ୍କ ମଧ୍ୟରେ ନିୟମିତ ଭାବେ ଶାରୀରୀକ ସମ୍ପର୍କ ରହି ଆସୁଥିଲା I ଗତ ଚାରିମାସ ପୂର୍ବେ ଆନ୍ଧ୍ରପ୍ରଦେଶର ନେଲୁର୍ ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାର୍ତ୍ତିକ ମହିଳା ଜଣଙ୍କ ନେଇ ସେଠାରେ ନିୟୋଜିତ କରିଥିଲେ I ସେଠାରେ ଥିବା ଏକ ସାଇ ମନ୍ଦିରରେ ଉଭୟ ଉଭୟଙ୍କୁ ଫୁଲମାଳ ପିନ୍ଧାଇ ବିବାହ କରିଥିବା ମହିଳା ଜଣଙ୍କ ଏତାଲାରେ ଲେଖିଛନ୍ତି I ଏକଥା ମହିଳାଙ୍କ ବାପା ମଧ୍ୟ ଜାଣିଥିଲେ I ଗତ ସପ୍ତାହେ ତଳେ କାର୍ତ୍ତିକ ଗ୍ରାମକୁ ଆସିଥିବା ବେଳେ କାର୍ତ୍ତିକ ପାଇଁ ଝିଅ ଖୋଜାଯାଉଥିବା ମହିଳାଙ୍କ ବାପା ଜାଣିପାରି ମହିଳାଙ୍କୁ ଜଣାଇଥିଲେ I ଏହାପରେ ମହିଳା ଜଣଙ୍କ ଗାଆଁକୁ ଆସି କାର୍ତ୍ତିକ ନାମରେ ବେଲଗୁଣ୍ଠା ଥାନାରେ ଏତାଲା ଦେବା ପରେ ପୋଲିସ୍ ଘଟଣାର ତଦନ୍ତ କରି 305/24 ରେ ମାମଲା ରୁଜୁ କରି ମହିଳାଙ୍କୁ ଭଞ୍ଜନଗର ମେଡିକାଲ୍ ରେ ଡାକ୍ତରୀ ମାଇନା କରାଇବା ସହିତ କାର୍ତ୍ତିକକୁ ଗିରଫ କରି କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧି୍କାରୀ ବନ ବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି I ଏହି ଘଟଣାକୁ ଥାନା ଏସ ଆଇ ନାରାୟଣ ନାୟକ ତଦନ୍ତ କରୁଛନ୍ତି ।