ବେଆଇନ ଚାନ୍ଦା ଆଦାୟ ଘଟଣାରେ ୩ଜଣଙ୍କୁ ଉଠାଇ ନେଲା ପୁଲିସ

ହାଟଡିହି, (ବିକାଶ ବିଶ୍ୱାଳ):ବେଆଇନ ଚାନ୍ଦା ଆଦାୟ ଘଟଣାରେ ଅଣା – ସମଣା ଗାସ୍ତାରୁ ୩ଜଣଙ୍କୁ ଉଠାଇ ନେଇଛି ନନ୍ଦିପଦା ପୁଲିସ । ଏହି ରାସ୍ତାରେ ବାଲି ବୋଝେଇ ଟ୍ରକଗୁଡିକ ଯାତାୟତ କରୁଥିବା ବେଳେ ୩୦ରୁ ଉର୍ଦ୍ଧ୍ଵ ସ୍ଥାନରେ ବେ ଆଇନ ଚାନ୍ଦା ଆଦାୟ କରାଯାଉଛି। ଯାହାକୁ ନେଇ ଅନେକ ସମୟରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଏପରିକି ଟ୍ରକ ମାଲିକମାନେ ଚାନ୍ଦା ଦେଇ ଦେଇ ନୟାନ୍ତ ହୋଇପଡୁଛନ୍ତି। ଯିଏ ଯେଉଁଠି ପାରିଲା ଟ୍ରକ ଅଟକାଇ ଜୋରଜବରଦସ୍ତ ଚାନ୍ଦା ଆଦାୟ କଲା । ଏନେଇ ଟିପର ମାଲିକ ସଂଘ ମଧ୍ୟ ଏହାର ଦୃଢ ପ୍ରତିବାଦ କରି ବିଭିନ୍ନ ଅଧିକାରୀମାନଙ୍କୁ ଜଣାଇଛନ୍ତି। ଆଜି ନନ୍ଦିପଦା ପୁଲିସ ପକ୍ଷରୁ ଏନେଇ ଅଣା-ସମଣା ରାସ୍ତାରେ ପେଟ୍ରୋଲିଂ କରିବା ସମୟରେ ବିଭିନ୍ନ ସ୍ଥାନରୁ ୩ ଜଣଙ୍କୁ ଉଠାଇ ନେଇଛି। ଆଗାମି ଦିନରେ ଚାନ୍ଦା ଆଦାୟ ହେଉଥିବା ରାସ୍ତାରେ ଅଧିକରୁ ଅଧିକ ପେଟ୍ରୋଲିଂ କରାଯାଇ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୁଚ଼ନା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ