ବ୍ଳକସ୍ତରୀୟ ବାଲ୍‍ ବିଜ୍ଞାନ ପ୍ରଦର୍ଶନୀରେ ଅନିକେତଙ୍କ କୃତିତ୍ୱ

ଆସିକା, (ଯୁଗାବ୍ଦ ନ୍ୟୁଜ):ଶିକ୍ଷାବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଯାଇଥିବା ବ୍ଳକସ୍ତରୀୟ ବାଲ୍‍ ବିଜ୍ଞାନ ପ୍ରଦର୍ଶନୀରେ ଆସିକା ଏନ୍‍ଏସି ଅଧିନସ୍ଥ ଏନ୍‍ଏସି ସରକାରୀ ନୋଡାଲ୍‍ ହାଇସ୍କୁଲର ନବମ ଶ୍ରେଣୀର ଛାତ୍ର ଅନିକେତ କୁମାର ସାହୁଙ୍କ ଦ୍ୱାରା ପ୍ରଦର୍ଶିତ ସୌରଚାଳିତ ଯନ୍ତ୍ର ମାଧ୍ୟମରେ ବହୁମୁଖୀ କୃଷିକାର୍ଯ୍ୟର ସଫଳ ରୂପାୟନ ପ୍ରକଳ୍ପ କୃତିତ୍ୱ ହାସଲ କରି ଜିଲ୍ଲାସ୍ତରକୁ ଉନ୍ନିତ ହୋଇଥିବା ଜଣାପଡିଛି । ଆସିକା ଏନ୍‍ଏସି ଅଧିନସ୍ଥ ତାଲୁକା ରୋଡର ବାସିନ୍ଦା କୁନା ସାହୁ ଓ ଅନିତା ସାହୁଙ୍କ ସୁପୁତ୍ର ଅନିକେତ କୁମାର ସାହୁଙ୍କ ପ୍ରକଳ୍ପ ବାଲ୍‍ ବିଜ୍ଞାନ ପ୍ରଦର୍ଶନୀରେ କୃତିତ୍ୱ ହାସଲ କରି ଜିଲ୍ଲାସ୍ତରକୁ ଉନ୍ନିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ବ୍ଳକସ୍ତରୀୟ ବାଲ୍‍ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରି ଉଚ୍ଚକୋଟୀର ପ୍ରକଳ୍ପ ପ୍ରଦର୍ଶନ କରି ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ଲାଗି ମନୋନୀତ ହୋଇଥିବା ସରକାରୀ ଏନ୍‍ଏସି ନୋଡାଲ୍‍ ହାଇସ୍କୁଲର ଛାତ୍ର ଅନିକେତ କୁମାର ସାହୁ ନିଜର ପିତାମାତା, ଗୁରୁଜନ ଓ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ସାଙ୍ଗକୁ ବିଶେଷକରି ବିଜ୍ଞାନ ଶିକ୍ଷୟିତ୍ରୀ ଶୁଭଶ୍ରୀ ପଣ୍ଡାଙ୍କ ମାର୍ଗଦର୍ଶନ ଓ ପ୍ରେରଣା ଯୋଗୁଁ ଏହି ସଫଳତା ମିଳିଛି ବୋଲି ପ୍ରକାଶ କରିଛନ୍ତି । ମେଧାବୀ ଛାତ୍ର ଅନିକେତ କୁମାର ସାହୁଙ୍କୁ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ପ୍ରତ୍ୟୁଷ କୁମାର ଦାଶ, ସହକାରୀ ଶିକ୍ଷକ ପ୍ରଦୀପ କୁମାର ଶତପଥୀ, ସୁରେନ୍ଦ୍ରନାଥ ପଟ୍ଟନାୟକ, ଅମୀୟ ରଂଜନ ନାୟକ, ପ୍ରସନ୍ନ କୁମାର ସାହୁ, ଗଣେଶ ମହାନ୍ତି, ଭାଗ୍ୟଲକ୍ଷ୍ମୀ ପାଢୀ, ଶୁଭଶ୍ରୀ ପଣ୍ଡା, ମଂଜୁଳା ସ୍ୱାଇଁ, ଅର୍ଚ୍ଚନା ପାଢୀ, ଚାନ୍ଦିନୀ ଦେବୀ, ସଂଜୁଲତା ସାବତ, ସୂର୍ଯ୍ୟନାରାୟଣ କରଙ୍କ ସମେତ ସମସ୍ତ କର୍ମଚାରୀ ଶୁଭେଚ୍ଛା ଜଣାଇଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ