ମନୁଆଁ ଠାକୁର
ମନ ମାରିଦେଇ
କାହିଁକି ବସିଛ
କଳା ବଦନକୁ ଚାହଁ
ସବୁ ହରିନେବ
ସବୁ ଭରିଦେବ
ଉର୍ଦ୍ଧବାହୁ ତୋଳିଦିଅ ।
ଚାହିଁଲା ମାତ୍ରକେ
ପଲକ ପଡ଼ିବ
ଆଖି ନଦେଖିବ କିଛି,
ହୃଦୟେ ଭିତରେ
ଦରଶନ ଦେବ
ପାଇଯିବ କୋଟିନିଧି ।
କୋଟି ଓଡ଼ିଆଙ୍କ
ମଉଡମଣୀ ସେ
ନାମ ରସର ରସିକ,
ଜୟ ଜଗନ୍ନାଥ
କାଳିଆ ସାଆନ୍ତ
ଜଗତ ଜନଙ୍କ ନାଥ ।
ହେ ଚକାନୟନ
ଆରତ ନାଶନ
ଦୀନବନ୍ଧୁ କୃପାସିନ୍ଧୁ,
ହେ କଳାବଦନ
କାଳସର୍ପ ଗୁଣ
ତୁମେ ପରା ଜଗବନ୍ଧୁ ।
ଯେତେ ଯେତେ ନାମ
ତୁଣ୍ଡେ ଉଚ୍ଚାରିବ
ଲାଗେ ତାଙ୍କ ନାମ ପରି,
ସିଏ ସର୍ବନାମ
ସିଏ ସର୍ବ କର୍ମ
ବୁଝନ୍ତି ମନ ସବୁରି ।
ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ