ଶେରଗଡ ବ୍ଳକ ପ୍ରଶାସନର ଅଜବ ନୀତି : ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଜୀବନ ସହିତ ଖେଳୁଛନ୍ତି ଖେଳ
ଶେରଗଡ, (ଦେବୀ ପ୍ରସାଦ ମିଶ୍ର): ଶେରଗଡ ବ୍ଳକରେ ଥିବା 24 ଗୋଟି ହାଇସ୍କୁଲକୁ ବ୍ଳକ ଗୋଷ୍ଠୀଉନ୍ନୟନ ଅଧିକାରୀ ଓ ବ୍ଳକ ଶିକ୍ଷା ଅଧିକାରୀଙ୍କ ମିଳିତ ଚିଠି ନଂ-2620ପ୍ରକାରେ ସୂଚାଇ ଦିଆଯାଇଛି ଯେ, ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ 24.6.2020ଠାରୁ ନିୟମିତ ସ୍କୁଲକୁ ଯାଇ ସକାଳ 8ରୁ ଦିନ 12 ଯାଏଁ ସ୍କୁଲରେ ଉପସ୍ଥିତ ରହିବେ ନଚେତ ସରକାର ସେମାନଙ୍କ ଦରମା ବନ୍ଦ କରିଦେବେ ବୋଲି ଚିଠିରେ ଉଲେଖ ଅଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଯେଉଁ 24ଗୋଟି ହାଇସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ସବୁ ସ୍କୁଲରେ କୋରେଣ୍ଟାଇନ ସେଣ୍ଟର ହୋଇଥିଲା କେତେକ ସ୍କୁଲରେ ପ୍ରବାସୀ ଓଡିଆ ଅଛନ୍ତି ତ କେତେକ ସ୍କୁଲରେ କାଲି ଓ ଆଜି ସରୁଛି କୋରେଣ୍ଟାଇନ ଅବଧି ଏପରିସ୍ଥଳେ କେଉଁଠି ବି ସ୍କୁଲ ଗୃହ ସାନିଟାଇଜ ହୋଇନାହିଁ ।ଏହାଉପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମତାମତ ନେବାରୁ ସେ ଅତି ହାଲକା ଭାବରେ ମନ୍ତବ୍ୟ ଦେଇଥିଲେ ଯେ ଯେଉଁ ସ୍କୁଲ ଗୁଡିକ ସାନିଟାଇଜ ହୋଇନି ସେଗୁଡିକ ପ୍ରଧାନଶିକ୍ଷକ ସରପଞ୍ଚଙ୍କୁ କହି ସାନିଟାଇଜ କରିବେ । ଶିକ୍ଷା ଅଧିକାରୀଙ୍କ ମତାମତ ନେବାରୁ ସେ କହିଥିଲେ ଶିକ୍ଷା ବିଭାଗରୁ କିଛି ଚିଠି ଆସିନି ସ୍କୁଲ ଖୋଲିବାକୁ ଆମେ ଆମ ବ୍ଳକର ପିଲା କିପରି ସୁବିଧାରେ ନାମ ଲେଖାଇ ପାରିବେ ସେଇଥିପାଇଁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବିନା ଶିକ୍ଷା ବିଭାଗର ଚିଠିରେ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କ ସୁ ଦୃଷ୍ଟି ରେ ରହିବା ପାଇଁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଜୀବନ ସହିତ ଖେଳ ଖେଳିବାକୁ ଏମାନଙ୍କୁ ଅଧିକାର ଦେଲା କିଏ ? ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ସୁରକ୍ଷା ଦୃଷ୍ଟିରୁ ଓ ତାଙ୍କରି ପରିବାରର ସୁରକ୍ଷା ଏବଂ ଯେଉଁ ଗ୍ରାମରେ ସ୍କୁଲ ଗୁଡିକ ଅବସ୍ଥିତ ସେହି ଗ୍ରାମର ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଥମେ ସ୍କୁଲ ଗୁଡିକୁ ସାନିଟାଇଜ କରି ସ୍କୁଲ ଗୁଡିକ ଖୋଲିବାକୁ ଓ ଏପରି ମନମୁଖୀ କାର୍ଯ୍ୟରୁ ନିବୃତ୍ତ ରହିବାକୁ 24ଗୋଟି ସ୍କୁଲ ଥିବା ଗ୍ରାମର ଗ୍ରାମବାସୀମାନେ ଦାବି କରିଛନ୍ତି ।