ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ
ନାଉଗାଁ, (ଓ୍ବାଇଏନ୍ଏସ୍) :ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ରବିବାର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ.ଚାଇନା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀମାନେ ଯୋଗଦାନ କରିଥିଲେ । ମୁଖ୍ୟଅତିଥି ରୂପେ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ, ପୂର୍ବତନ ପରିଚାଳନା କମିଟିର ସଭାପତି ତଥା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଲିଙ୍ଗରାଜ ସ୍ୱାଇଁ, ପୂର୍ବତନ ପରିଚାଳନା କମିଟି ସଦସ୍ୟ ଡାକ୍ତର ସର୍ବେଶ୍ୱର ପରିଡା, ପଂଚାୟତ ସମିତି ଅଧ୍ୟକ୍ଷ ଜଗନ୍ନାଥ ଦାସ, ପୂର୍ବତନ କମିଟି ସଦସ୍ୟ ସୁଜିତ ମଲ୍ଲିକ, ଘୋଡାଂଶ ପଂଚାୟତ ସରପଂଚ ତନୁଲତା ବାରିକ, ନିରଞନ ବେହୁରା ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଆଗାମୀ ଦିନରେ ମହାବିଦ୍ୟାଳୟର ସମସ୍ତ ପୁରାତନ ବିଦ୍ୟାର୍ଥୀଙ୍କୁ ଏକତ୍ରିତ କରିବା ସହ କଲେଜର ଉନ୍ନତିମୂଳକ କାର୍ଯ୍ୟକ୍ରମରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ମୋ କଲେଜ ଅଭିଯାନ କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ହୃଦାନନ୍ଦ ସ୍ୱାଇଁ ପରିଚାଳନା କରୁଥିବା ବେଳେ କାର୍ଯ୍ୟକ୍ରମର ସହ ସଂଯୋଜକ ଅଧ୍ୟାପକ ପ୍ରଭାତ ଶତପଥୀ, ଅଧ୍ୟାପକ ତୁଷାରକାନ୍ତ ଦାସ, ବିଭୁତି ସ୍ୱାଇଁ, ଜ୍ୟୋତିରଂଜନ ଲେଙ୍କା, ଚୌଧୁରୀ ଦିନେଶ ଦାସଙ୍କ ସମେତ ଅନ୍ୟ ଅଧ୍ୟାପକ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।