ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଭୋଟର ସଚେତନତା କାର୍ଯ୍ୟକ୍ରମ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ନାଉଗାଁସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ଭୋଟର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡା.ଚାଇନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଗତସିଂହପୁର ସହକାରୀ ଜିଲ୍ଲାପାଳ କଳ୍ପିତା କୁମାରୀ ଜେନା ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଯେଉଁ ଛାତ୍ରଛାତ୍ରୀମାନଙ୍କର ଭୋଟର ପରିଚୟ ଅଛି ଅଥଚ ଆଧାର ସଂଖ୍ୟା ସଂଯୁକ୍ତ ହୋଇନାହି, ତାହା କିଭଳି ସଂଯୁକ୍ତ କରାଯିବ ଏବଂ ଯେଉଁମାନଙ୍କ ବୟସ ହୋଇଛି କିନ୍ତୁ ଭୋଟର ତାଲିକାରେ ନାମ ନାହିଁ ସେମାନେ କିଭଳି ଆବେଦନ କରିବେ ସେବିଷୟ ଉପରେ ଯୋଗ ଦେଇଥିବା ଅଧିକାରୀମାନେ ବିଷଦ ଭାବେ ଆଲୋଚନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଅଧ୍ୟାପକ ଚୈତନ୍ୟ ଚରଣ ପରିଡା, ଅଧ୍ୟାପକ ପ୍ରଭାତ କୁମାର ଶତପଥି, ତୁଷାରକାନ୍ତ ଦାସ, ବିଜୟ କୁମାର ଦାଶ, ସୁନିଲ ବିଶ୍ୱାଳ, ଏମ.ଏସ୍ ନିହାର ରଂଜନ, ରଂଜିତ ମହାନ୍ତି, ସରୋଜ କୁମାର ଲେଙ୍କା ପ୍ରମୁଖ ପରିଚାଳନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ