ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟରେ ଦୁଇ ଦିନିଆ ପାଠଚକ୍ର
ନାଉଗାଁ, (ଓ୍ବାଇଏନ୍ଏସ୍) : ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ଦୁଇ ଦିନ ବ୍ୟାପି ଚାଲିଥିବା ପାଠଚକ୍ର ଉଦଯାପିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଜ୍ୟୋତିପ୍ରକାଶ ଲେଙ୍କାଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ଦିନରେ “ଲୀଲାମୟ ଶ୍ରୀଜଗ୍ନନାଥ” ଶୀର୍ଷକ ଉପରେ ଆଲୋଚନା କରାଯାଇଥିବା ବେଳେ ଦ୍ୱିତୀୟ ଦିନରେ “ଲୋକ ସାହିତ୍ୟ ଓ ସମାଜ” ଶୀର୍ଷକ ଉପରେ ଆଲୋଚନା କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଚାଇନା ପ୍ରଧାନ ଯୋଗ ଦେଇ ଲୋକ ସାହିତ୍ୟ କିପରି ସମାଜରେ ସଚେତନତା ସୃଷ୍ଟି କରେ ଓ ଭାଷାକୁ ସମୃଦ୍ଧ କରି ରଖେ ସେ ବିଷୟରେ ଆଲୋଚନା କରିଥିଲେ । ବିଶିଷ୍ଟ ଅତିଥି ଭାବେ ଡ. ଲଳିତ କୁମାର ଲେଙ୍କା ଯୋଗ ଦେଇ ଭାଷା, ସାହିତ୍ୟ ଓ ସୃଜନଶୀଳତାର ସଂପର୍କ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ମୁଖ୍ୟବକ୍ତା ଭାବେ ଦୁର୍ଗାଚରଣ ମଲ୍ଲିକ ଯୋଗ ଦେଇ ବିଦଗ୍ଦ ସାହିତ୍ୟ ଓ ଲୋକ ସାହିତ୍ୟ ଉପରେ ଆଲୋଚନା କରିଥିଲେ । ଯୁକ୍ତ ୩ କାର୍ଯ୍ୟକ୍ରମ ସଂଯୋଜକ ତଥା ଅଧ୍ୟାପକ ଚୈତନ୍ୟ ଚରଣ ପରିଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁକ୍ତ ୨ କାର୍ଯ୍ୟକ୍ରମ ସଂଯୋଜକ ତଥା ଅଧ୍ୟାପକ ଚୌଧୁରୀ ବିନେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ପ୍ରଭାତ କୁମାର ଶତପଥି ଓ ଅଧ୍ୟାପକ ଡ. ସନ୍ଦିପ କୁମାର ଶତପଥି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକ ଅଧ୍ୟାପିକା ଓକର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।