ସଡ଼କ ଦୁର୍ଘଟଣାରେ ସ୍ୱାମୀ ଅଭୟାନନ୍ଦ ସରସ୍ବତୀଙ୍କ ମୃତ୍ୟ ଶେଷ ଦର୍ଶନ କଲେ ସାଂସଦ ଅନନ୍ତ ନାଏକ
କରଞ୍ଜିଆ,(ଜିତେନ୍ଦ୍ର ରାଜ):ସଡ଼କ ଦୁର୍ଘଟଣା ରେ ଯଶିପୁର ରଘୁନାଥ ଜୀଉ ମଠ ର ରଘୁନାଥଜୀଉ ଙ୍କ ସେବକ ଭାବେ ଦୀର୍ଘ ବର୍ଷ ହେବ ରହିଆସିଥିବା ସ୍ୱାମୀ ଅଭୟାନନ୍ଦ ସରସ୍ବତୀ ଅରଫ କ୍ଷିତୀଶ ବାବା ଙ୍କ ଦେହାନ୍ତ ହୋଇଯାଇଛି, ସାରା କରଞ୍ଜିଆ ଆଜି ହୋଲି ର ଉତ୍ସବ ରେ ମସଗୁଲ ଥିବା ସମୟରେ ଏହି ଦୁଃଖଦ ଖବର ସାମ୍ନାକୁ ଆସିଛି, ଖବରରୁ ପ୍ରକାଶ ଯେ ସ୍ୱାମୀ ଅଭୟାନନ୍ଦ ସରସ୍ବତୀ ଦୋଳ ମେଳା ରେ ରଘୁନାଥ ଜୀଉ ଙ୍କ ବିମାନ ସହିତ ମିଳନ ଦିନରୁ ଆସିଥିଲେ, ଆଜି ଜୀଉଙ୍କ ସହର ଭ୍ରମଣ ଓ ଭୋଗ ଗ୍ରହଣ ସହିତ ହୋଲି ପର୍ବ ପରେ ଶ୍ରୀ ଜୀଉ ଙ୍କ ସହିତ ମଠ କୁ ଫେରିବାର ଥିଲା ଆଜି କୌଣସି କାମରେ ସେ ସାହାରପଡା ପଟକୁ ଯାଇଥିଲେ ସେଠାରୁ ଫେରିବା ବାଟରେ କରଞ୍ଜିଆ ପଟୁ ଏକ ବାଇକ ରେ ଶଙ୍ଖୁଆ ଗ୍ରାମର ଜ୍ୟୋତି ରଞ୍ଜନ ପାତ୍ର ଓ ଅନ୍ୟ ଦୁଇଜଣ ବାଇକ ଯୋଗେ ଆସୁଥିବା ସମୟ ରେ ଗୋରାଣ୍ଡିଯୋଡି ପେଟ୍ରୋଲ ପମ୍ପ ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ପରେ ସ୍ୱାମୀ ଅଭୟାନନ୍ଦ ସରସ୍ବତୀ ଓ ଅନ୍ୟ ଯୁବକ ଙ୍କୁ ଗୁରୁତ୍ତର ଅବସ୍ଥା ରେ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା ସେଠାରେ ପହଁଚିବା ପରେ ଡାକ୍ତର ସ୍ୱାମୀ ଅଭୟାନନ୍ଦ ସରସ୍ବତୀ ଙ୍କୁ ମୃତ ଘୋଷଣା କରିଥିଲେ, ଘଟଣା ପ୍ରଚାରିତ ହେବା ପରେ କରଞ୍ଜିଆ ରେ ଶୋକର ଛାୟା ଖେଳିଯାଇଥିଲା ଶହ ଶହ ସଂଖ୍ୟାରେ ଲୋକ ସ୍ୱାମୀ ଙ୍କ ଶେଷ ଦର୍ଶନ ନିମନ୍ତେ ଡାକ୍ତରଖାନା ରେ ଭିଡ଼ ଜମାଇଥିଲେ କରଞ୍ଜିଆ ରେ ଥିବା କେନ୍ଦୁଝର ସାଂସଦ ଅନନ୍ତ ନାଏକ ନିଜ ସମର୍ଥକ ଙ୍କ ସହିତ ଡାକ୍ତରଖାନା ପହଂଚି ସ୍ୱାମୀ ଙ୍କ ଶେଷ ଦର୍ଶନ କରିବା ସହିତ ଶୋକ ବ୍ୟକ୍ତ କରିଥିଲେ, ପଞ୍ଚାପୀଢ ଦୋଳ ମେଳା ସମିତି ସଭାପତି ତଥା ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ଓ ଅନ୍ୟ କମିଟି ସଦସ୍ୟ ମାନେ ଡାକ୍ତରଖାନା ରେ ଉପସ୍ଥିତ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ,ଏହା ସହିତ ଯଶିପୁର ବିଧାୟକ ତଥା ରାଜ୍ୟ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତନ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଇଂ ଗଣେଶ ରାମସିଂ ଖୁଣ୍ଟିଆ, କରଞ୍ଜିଆ ବିଧାୟକ ପଦ୍ମଚରଣ ହାଇବୁରୁ, ଯଶିପୁର ର ବରିଷ୍ଠ ନେତା ବିପିନ ବିହାରୀ ମହାନ୍ତ, ମେଜର ଦେବେନ୍ଦ୍ର ନାଥ ଦାସ, କେନ୍ଦୁଝର ସାଂସଦଙ୍କ ସହିତ ତାଙ୍କ ଉପଖଣ୍ଡ ଚିକିତ୍ସାଳୟ ପ୍ରତିନିଧି ଲକ୍ଷ୍ମୀ ଝା,ପୂର୍ବତନ ଜିଲ୍ଲାସଭାପତି କୃପାସିନ୍ଧୁ ମହାନ୍ତ, ବାଞ୍ଛାନିଧି ପୃଷ୍ଟି, ବରିଷ୍ଠ ନେତା ନବକିଶୋର ପଣ୍ଡା,ଜିଲ୍ଲାସାଧାରଣ ସମ୍ପାଦକ ତଥା ସଂସଦଙ୍କ ପ୍ରତିନିଧି ଆଶିଷ କୁମାର ମହାନ୍ତ, ଜିଲ୍ଲା ଉପସଭାପତି ଦନାର୍ଦନ ବେହେରା,ନଗର ସଭାପତି ସମ୍ବିଧାନ ମହାପାତ୍ର,ଲୁନା ମିଶ୍ର, ଲକ୍ଷ୍ମୀକାନ୍ତ ରାମ, ଜ୍ୟୋସ୍ନାରାଣୀ ମହାନ୍ତ, ଚନ୍ଦନ ପାତ୍ର, ସଞ୍ଜୀବ ପାଣିଗ୍ରାହୀ, ମନୋଜ ସେଠୀ,କ୍ଷୀରୋଦ ମହାନ୍ତ, ମନ ଜେନା, ଜ୍ୟୋତିଶଙ୍କର ଦାସ ପ୍ରମୁଖ ଡାକ୍ତରଖାନା ରେ ସ୍ୱାମୀ ଙ୍କ ଶେଷ ଦର୍ଶନ କରିଥିଲେ, ପରେ ତାଙ୍କ ଶବ ବ୍ୟବଛେଦ ପରେ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା, ତାଙ୍କ ଶବ କୁ ଯଶିପୁର ରଘୁନାଥ ଜୀଉ ମଠ ନିଆଯିବ ସେଠାରେ ଜନସାଧାରଣ ଙ୍କ ଦର୍ଶନ ପରେ ପୁରୀ ସ୍ୱର୍ଗଦ୍ୱାର ରେ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି.