୨ ବାଇକ ମୁହାଁ ମୁହିଁ – ୩ ଗୁରୁତର
ହିଞ୍ଜିଳିକାଟୁ, (ୱାଇଏନଏସ): ଚିକିତ୍ସା ପାଇଁ ବାଇକ ଯୋଗେ ବାପାଙ୍କୁ ନେଇ ବ୍ରହ୍ମପର ବଡ଼ ଡ଼ାକ୍ତରଖାନାକୁ ଯାଉଥିବା ବେଳେ ଅନ୍ୟ ଏକ ବାଇକ ସହ ମୁହାଁମୁହିଁ ଧକ୍କା ଘଟିବାରୁ ଗୁରୁତର ଆହତ ହୋଇଛନ୍ତି । ଗୁରୁୂବାର ସକାଳେ କବିସୂର୍ଯ୍ୟନଗର ଗ୍ରାମର ବିନୋଦ ସାହୁ ବାପା ବାଳକୃଷ୍ଣଙ୍କୁ ନେଇ ହିରୋ ଗ୍ଳେମର (ଓଡ଼ି୦୭ଏସ ୧୨୩୫) ମୋଟର ସାଇକେଲ ଯୋଗେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେଉଥିବା ବେଳେ ୫୯ ନଂ ଜାତୀୟ ରାଜପଥ ହିଞ୍ଜିଳି ଥାନା ଶ୍ୟାମଳାଇ ଛକ ନିକଟରେ ବିପରୀତ ଦିଗରେ ଆସୁଥିବା ପୋଡ଼ିଙ୍ଗି ଗ୍ରାମର ଶିବରାମ ଏକ ବଜାଜ ପଲ୍ସର ବାଇକ (ଓଡ଼ି୩୨ଡ଼ି ୭୬୨୧) ସହ ମୁହାଁ ମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ୨ଟି ବାଇକର ୩ଜଣ ବିନୋଦ (୨୮), ତାଙ୍କରି ବାପା ବାଳକୃଷ୍ଣ (୫୮) ଓ ସ୍ଥାନୀୟ ଥାନା ପୋଡ଼ିଙ୍ଗିି ଗ୍ରାମର ଶିବରାମ ବେହେରା (୨୨) ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ୧୦୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ଅଧିକ ଚିକିତ୍ସା ସକାଶେ ବିନୋଦ ଓ ତାଙ୍କ ବାପାଙ୍କୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ଦୂର୍ଘଟଣାଗ୍ରସ୍ତ ୨ ବାଇକକୁ ଥାନାକୁ ଆଣି ଘଟଣାର ତଦନ୍ତ ଚଳାଇଛି ।