ଅଗ୍ନିକାଣ୍ଡରେ ଜଳିଗଲା ଗୁହାଳ ଘର

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଂଚାୟତ ରାଢୋ ଗ୍ରାମ ଠାରେ ଆଜି ଅଗ୍ନିକାଣ୍ଡ ଘଟିବାରୁ ମାନସ ରାଉତଙ୍କ ଗୁହାଳ ଘର ସହିତ ରୋଷେଇ ଘର ପୋଡି ନଷ୍ଟ ହୋଇଯାଇଥିବା ଜଣାଯାଇଛି। ଆଜି ସକାଳ ଦିନ ପ୍ରାୟ ୯ଟା ବେଳେ ରୋଷେଇ ଶାଳରୁ ଏପରି ଦୁର୍ଘଟଣା ଘଟି ଗୁହାଳ ଘରଟି ପୋଡିଯାଇଥିବା କୁହାଯାଉଛି। ଏଥିରେ ସମସ୍ତ ଗୋରୁଗାଈ ସୁରକ୍ଷିତ ଥିବା ବେଳେ କିଛି ଆସବାବପତ୍ର ପଡିଯାଇଛି। ସ୍ଥାନୀୟ ସାହିପଡିଶା ଓ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିବା ବେଳେ ଖବର ପାଇ ଦମକଳ ବାହିନୀ ପହଂଚି ସ୍ଥିତି ଅନୁଧ୍ୟାନ କରିଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ