ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଭୋଟର ପରିଚୟପତ୍ର ସଂଶୋଧନ କେନ୍ଦ୍ର ପରିଦର୍ଶନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଧିନ ୧୧୮ଗୋଟି କେନ୍ଦ୍ରରେ ଭୋଟର ପତ୍ର ସଂଶୋଧନ କାର୍ଯ୍ୟ ଚାଲିଥିବା ବେଳେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି। ବ୍ଲକ ଅଧିନ ବୟାବନାପୁର, ସରସଦା, ଚତୁର୍ଭୁଜପୁର, ମାଳଦା, ସରପଦା ପ୍ରମୁଖ ବୁଥ ସ୍ତରୀୟ କେନ୍ଦ୍ରକୁ ଆଜି ଡେପୁଟି କଲେକ୍ଟର ମନୋରମା ଜାଲି ଓ ଗ୍ରାମ ପଂଚାୟତ ସଂପ୍ରସାରଣ ଅଧିକାରୀ ପରିଦର୍ଶନ କରି ଭୋଟର ପରିଚୟ ପତ୍ର ସଂଶୋଧନ କାର୍ଯ୍ୟ ବାବଦରେ ସୁପରଭାଇଜର ଓ ବିଏଲଓଙ୍କ ସହିତ ଆଲୋଚନା କରିଥିଲେ। ସେହିଭଳି ବିଡ଼ିଓ ଦେବଦତ୍ତ ଦାସଙ୍କ ସମେତ ତହସିଲଦାର ବିଭିନ୍ନ ବୁଥ ପରିଦର୍ଶନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ