ଚାଲୁ ରହିଛି ଲକଡାଉନ୍‌, ବିପଦରେ ବାରିକ

ଯୋଡା (ସମୀର କୁମାର ଦାସ) : ପୌରପାଳିକାରେ ଥିବା ବାରିକ ସଂଘ ପକ୍ଷରୁ କରୋନା ଆର୍ଥିକ ସହାୟତା ପ୍ରଦାନ ନିମନ୍ତେ ପୌରପାଳିକା କାର୍ଯ୍ୟନିର୍ବହୀ ଅଧିକାରୀ ସୂର୍ଯ୍ୟମଣୀ ପାଟ୍ଟଯୋଶୀଙ୍କୁୁ ଲିଖିତ ଭାବେ ଜଣାଇଛନ୍ତି । ବାରିକ ସଂଘର ସଦସ୍ୟ ଦୂର୍ଯ୍ୟଧନ ବାରିକ, ରାଜକୁମାର ପ୍ରସାଦ, ମୁକେଶ କୁମାର, ରାଜୁ ଠାକୁର ପ୍ରମୁଖ ଲିଖିତ ଭାବେ ଜଣାଇଛନ୍ତି ଯେ. ଗତ ତା ୨୪/୦୩/୨୦୨୦ ରିଖଠାରୁ ଲକଡାଉନ୍‌୍ ଘୋଷଣା ହେବା ପରେ ଯୋଡାରେ ଥିବା ୫୧ ଟି ସେଲୁନ୍ ବନ୍ଦ ହୋଇ ରହିଛି । ପୌରପାଳିକା ପକ୍ଷରୁ ଯୋଡାରେ ଥିବା ଉଠା ଦୋକାନୀ ମାନଙ୍କୁ କରୋନା ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ , ଦୀର୍ଘ ଦିନ ଧରି ବନ୍ଦ ହୋଇ ରହିଥିବା ସେଲୁନ୍ କର୍ମଚାରୀ ମାନଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇ ଦିଆଯାଇନାହିଁ । ଫଳରେ ସେମାନଙ୍କର ପରିବାର ଘୋର ଆର୍ଥିକ ସଂକଟର ସ୍ୱୀକାର ହେଉଛନ୍ତି ଏପରିକି ପରିବାର ଚଳାଇବା କଷ୍ଟକର ହୋଇପଡିଛି । ଆଗାମୀ ଦିନରେ ସେଲୁନ୍ ଗୁଡିକ ଖୋଲାଯିବା ନେଇ ଅନିଶ୍ଚିତତା ରହିଥିବାରୁ , ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପକ୍ଷେ କଷ୍ଟକର ହୋଇପଡିବ ବୋଲି ଯୋଡା ବାରିକ ସଂଘର ସଦସ୍ୟ କାଳିଆ ବାରିକ, ଜିତୁ ବାରିକ, ଛୋଟୁ ପରମାଣିକ, କାର୍ତିର୍କ ପରମାଣିକ, ବାଇଜୁ ଠାକୁର, ଭଲା ଠାକୁର ପ୍ରମୁଖ କହିଛନ୍ତି । ଏଣୁ ପୌରପାଳିକା ପକ୍ଷରୁ ସେମାନଙ୍କ ପ୍ରତି ଦୃଷ୍ଟି ଦେଇ କରୋନା ଆର୍ଥିକ ସହୟତା ପ୍ରଦାନ କରିବା ପାଇଁ ସେମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ