ଅଙ୍ଗନୱାଡି ଶିଶୁ ମାନଙ୍କୁ ଶୀତବସ୍ତ୍ର ଓ ଜୋତା ପ୍ରଦାନ

ବନ୍ତ,(ଚାନ୍ଦିନୀ ମହାନ୍ତି) : ପ୍ରାକ୍ ବିଦ୍ୟାଳୟ ଅନ୍ତର୍ଭୁକ୍ତ ଶିଶୁ ମାନଙ୍କୁ ପ୍ରଥମ ଥର ପାଇଁ ରାଜ୍ୟ ସରକାର କରୋନା ଓ ଶୀତ ଦାଉରୁ ରକ୍ଷା କରିବା ନିମନ୍ତେ ମାଗଣାରେ ସ୍ୱେଟର, ବୁଟ୍ ଓ ମୋଜା ପ୍ରଦାନର ବ୍ୟବସ୍ଥା କରିଛନ୍ତି । ଏପରିପେକ୍ଷୀରେ ବନ୍ତ ବ୍ଲକ ପାନପଦୀ ଅଙ୍ଗନୱାଡି କେନ୍ଦ୍ରରେ ସମସ୍ତ ଶିଶୁ ମାନଙ୍କୁ ସ୍ୱେଟର, ବୁଟ୍ ଓ ମୋଜା ପ୍ରଦାନ କରାଯାଇଥିଲା । ବଣ୍ଟନ ବେଳେ କର୍ମୀ ପୂର୍ଣ୍ଣପ୍ରଭା ରାଉଳ, ସହକର୍ମୀ ରମ୍ଭାବତୀ ବାରିକ, ୱାର୍ଡ ସଭ୍ୟା ବୃନ୍ଦାବତୀ ସାହୁ, ଯାଞ୍ଚ କମିଟିର ସଭ୍ୟ ଧନେଶ୍ୱର ଜେନା, ଭାସ୍କର ଚନ୍ଦ୍ର ଶଂଖୁଆ, ଜ୍ୟୋତିର୍ମୟୀ ଶଂଖୁଆ, ଝରଣା ଜେନା ଉପସ୍ଥିତ ରହି ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ