ଅଜଣା ଟ୍ରକ ଧକ୍କାରେ ଯୁବକ ମୃତ୍ୟୁ

ବେତନଟୀ, (ଉଦିତ କୁମାର ପରିଡା): ବୈଶିଙ୍ଗା ଥାନା ଅଧୀନ ୧୮ନମ୍ବର ଜାତୀୟ ରାଜପଥ ଆଗ୍ରିଆ ଓଭରବ୍ରିଜ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଯୁବକ ଜଣକ ହେଲେ ବେତନଟୀ ଆନନ୍ଦବଜାର ଅଞ୍ଚଳର ତିମିର କୁମାର ଓଝା (ଝୁନା ) ବୟସ ୫୩ ବୋଲି ଜଣାପଡିଛି। ସେ ବେତନଟୀ ବ୍ଲକ ଅଧୀନ ମେର୍ଦା ଉଚ୍ଚ ବିଦ୍ୟାଳୟ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ। ଘଟଣାଅନୁସାରେ ଯୁବକଟି ବୈଶିଙ୍ଗାରୁ ବେତନଟୀ ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।ତାଙ୍କୁ ଏକ ଅଜଣା ଗାଡି ଧକ୍କା ଦେଇ ଫେରାଇ ହୋଇଯାଇଥିବା ଜଣାଯାଇଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏଥିନେଇ ବୈଶିଙ୍ଗା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇ ତାଙ୍କୁ ବେତନଟୀ ମେଡିକାଲରେ  ଶବ ବ୍ୟବଛେଦ କରାଯାଇ ଘର ଲୋକଙ୍କୁ ଶବ ହସ୍ତାନ୍ତର କରିଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ