ଅଜଣା ରୋଗରେ ବାଳିକାର ମୃତ୍ୟୁ
ହାଟଡିହି, (ବିକାଶ ବିଶ୍ୱାଳ ) : ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତର ପୁରୁଣାପାଣି ଗାଁରେ ଜଣେ ନାଁ ବାଳିକାଙ୍କ ଅଜଣା ରୋଗରେ ମୃତ୍ୟୁ ଘଟିଛି । ଗତ କିଛିମାସ ପୁବେ ସଂପୃକ୍ତ ନାଁ ବାଳିକାଙ୍କ ବାପାଙ୍କର ମଧ୍ୟ ସେହି ଅଜଣା ରୋଗରେ ମୃତ୍ୟୁ ଘଟିଥିଲା । ଖବରରୁ ଜଣାଯାଇଛି ଯେ ପୁରୁଣାପାଣି ଗାଁର ମା ଦେଓଲା ମୁର୍ମୁଙ୍କ ସ୍ୱାମୀ ଅଜଣା ରୋଗରେ ମୃତ୍ୟୁ ବରଣ କରିଥିବାବେଳେ ୧୬ବର୍ଷୀୟ ଝିଅ ହଠାତ ଅସୁସ୍ଥ ହୋଇପଡିବାରୁ ତାକୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଯାଇଥିବାବେଳେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।


