ଗୋପବନ୍ଧୁ ଜୟନ୍ତୀରେ ରୋଗୀଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ

ଭଞ୍ଜନଗର, (ସନ୍ତୋଷ ଜେନା):ଗୋପବନ୍ଧୁ ଜୟନ୍ତୀ ପାଳନ ଅବସରରେ ସମାଜରେ ଥିବା ଗରିବ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କିନୀ ଇମ୍ଫୋଟେକ ତରଫରୁ ଶନିବାର ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପ୍ରାୟ ୧୨୦ଜଣ ରୋଗୀଙ୍କୁ ଶୁଖିଲା ଖାଦ୍ୟ ଓ ଫଳ ବଣ୍ଟନ କରାଯାଇଥିଲା।ଏଣିକି ପ୍ରତ୍ୟେକ ସପ୍ତାହରେ ଭଞ୍ଜନଗର ଓ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ସଂସ୍ଥା ବିଭିନ୍ନ ଜନହିତକର କାର୍ଯ୍ୟ କରିବା ସହ ଦୁଃଖୀ ଲୋକଙ୍କ ସେବା ପାଇଁ କାର୍ଯ୍ୟ କରିବ ବୋଲି ଅନୁଷ୍ଠାନର ପରିଚାଳକ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଭିକୁ ବିଷୋୟୀ, ଆର.ମଣି କଣ୍ଡନ,ମୁଥୁ ପାଣ୍ଡି, ପରେଶ ମହାନ୍ତି,ଆଇନ ପରାମର୍ଶ ଦାତା ଚନ୍ଦ୍ରମଣି ମହାପାତ୍ର, ଉତ୍କଳ ସାମ୍ବାଦିକ ସଂଘର ଉପଦେଷ୍ଟା ରବୀନ୍ଦ୍ର ପାତ୍ର,ସଭାପତି ଜୟକୃଷ୍ଣ ପଟ୍ଟନାୟକ, ସହ ସମ୍ପାଦକ ନିଲୁ ବିଷୋୟୀ, ସଂଯୋଜକ ବିଶ୍ବମ୍ବର ଜେନା, ମେଡ଼ିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ।ଏଥିରେ କେ. ମହେଶ ରାଓ ପାତ୍ର, ସଞ୍ଜୟ ଗୌଡ଼, ପ୍ରଭାତ ଦାସ ଓ ଅନ୍ୟମାନେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ