ଅଜଣା ରୋଗରେ ୩ ଗୋରୁ ମୃତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତରେ ଅଜଣା ରୋଗରେ ୩ ଗୋରୁ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । କେସୁରଗଢିଆ ଅଞ୍ଚଳର ଜମିରେ ଚରୁଥିବା ବେଳେ ଗୋରୁ ମାନେ ହଠାତ୍ ରକ୍ତବାନ୍ତି କରିବା ସହ ନାକରୁ ରକ୍ତ ପଡି ଛଟପଟ ହୋଇ ପ୍ରାୟ ୧ ଘଣ୍ଟା ମଧ୍ୟରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । କାଳନ୍ଦୀ ସେଠୀ, ସଞ୍ଜୟ ସାହୁ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କର ଗୋରୁ ମରି ଥିବା ଦେଖାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଉକ୍ତ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ସଂପୃକ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ