ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍; ୫ ଗୁରୁତର
ଛତ୍ରପୁର,(ଦେବଦତ୍ତ ମହାରଣା) : କଲେଜ ଛକ ନିକଟ ଜାତୀୟ ରାଜପଥ ଛକରେ ଆଜି ସକାଳେ ଅଟୋକୁ ଧକ୍କା ଦେଲା ଯାତ୍ରୀ ବୋଝେଇ ବସ । ଯାହାଫଳରେ ଅଟୋ ଡ୍ରାଇଭର ସମେତ ୫ ଜଣ ଗୁରୁତର ଅବସ୍ଥାରେ ଛତ୍ରପୁର ମେଡିକାଲରେ ଭର୍ତି ହୋଇଛନ୍ତି । ଘଟଣାରୁ ଜଣାପଡ଼ିଛି ଯେ ଝାଡ଼ଖଣ୍ଡ ଅଂଚଳରୁ ଜେଏଚ୦୫ବିଜି-୪୬୭୮ ନମ୍ବର ଏକ ଯାତ୍ରୀ ବୋଝେଇ ବସ୍ ବାଙ୍ଗାଲୋର ଅଭିମୁଖେ ଯାଉଥିବାବେଳେ ପୁରୁଷୋତମପୁର ନିକଟ ଆଚୁଲି ଗ୍ରାମର ଓଡି୦୭ଆର-୬୦୦୨ ନମ୍ବର ଯାତ୍ରୀ ବୋଝେଇ ଅଟୋ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ କଲେଜ ଛକ ନିକଟ ଜାତୀୟ ରାଜପଥରେ ବସ୍ ଧକ୍କା ଦେଲା ଅଟୋକୁ । ଯାହାଫଳରେ ଅଟୋରେ ବସିଥିବା ଯାତ୍ରୀମାନେ ଗୁରୁତର ଅବସ୍ଥାରେ ତଳେ ପଡ଼ିଯାଇଥିଲେ । ଗୁରୁତରମାନଙ୍କୁ ଛତ୍ରପୁର ଥାନା ପୋଲିସ ପହଂଚି ମେଡିକାଲକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ଗୁରୁତରମାନେ ହେଲେ ଆଚୁଲି ଗ୍ରାମର ଅଟୋ ଡ୍ରାଇଭର ଅନିଲ କୁମାର ବେହେରା, କେଂଚୁ ବେହେରା (୪୫), ତାଙ୍କ ସ୍ତ୍ରୀ ଦମୟନ୍ତୀ ବେହେରା (୪୦), ବିଷ୍ଣୁ ବେହେରା (୪୫),ପୁନିଆ ବେହେରା ବୋଲି ଜଣାପଡ଼ିଛି ।


