ଅଟୋ ଦୁର୍ଘଟଣାରେ ଦୁଇ ଗୁରୁତର : କଟକ ସ୍ଥାନାନ୍ତର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରାୟଗଡ଼ ଥାନା ଅଧିନ ଲାଞ୍ଜିପଦର ନିକଟରେ ଏକ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଦୁଇ ଗୁରୁତ୍ୱର ହୋଇଥିବା ବେଳେ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଥିଲା ଜଣାପଡିଛି l ସେମାନେ ହେଲେ ପେଗେଡା ଗ୍ରାମର ସୁମନ୍ତ ଶବର (୩୦) ଓ ଗ୍ରହଣ ଚନ୍ଦ୍ର ନାୟକ (୧୪) ବୋଲି ଜଣାପଡିଛି l ପ୍ରକାଶ ଯେ, ଲାଞ୍ଜିପଦର ଠାରୁ ଛେଳିଗଡ଼ ଅଭିମୁଖେ ଯାଉଥିବା ଅଟୋ ଓଡି ୨୦ ବି ୯୦୩୯ ନମ୍ବର ଗାଡ଼ିଟି ଦ୍ରୁତଗତିରେ ଯାଉଥିବା ବେଳେ ପେଗଡା ଗ୍ରାମ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡିଥିଲା l ସେଠାରେ ଥିବା ଦୁଇଜଣ ଆହାତ ହୋଇଥିବା ବେଳେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ରାୟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ l ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା କରାଇ ଡାକ୍ତର ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ପଠାଇଥିବା ଜଣାପଡ଼ଛି l ଉକ୍ତ ଗାଡ଼ିର ଡ୍ରାଇଭର ଫେରାର୍ ଥିବା ବେଳେ ଖବର ପାଇ ରାୟଗଡ଼ ପୋଲିସ ଘଟଣାର ସ୍ଥଳରେ ପହଞ୍ଚି କେସ ନଂ ୪୫/୨୨ ମାମଲା ରୁଜୁ କରି ତଦନ୍ତ କରୁଥିବା ଥାନା ଅଧିକାରୀ ଗୋବିନ୍ଦ ଗୌଡ ସୂଚନା ଦେଇଛନ୍ତି ।


