ଛତ୍ରପୁର ଠାରେ ଜୋନ୍ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ଶିବିର

ଛତ୍ରପୁର, (ଦେବଦତ୍ତ ମହାରଣା) :-ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟ ଏବଂ ଗଂଜାମ ଜିଲ୍ଲାପ୍ରଶାସନର ତତ୍ୱାବଧାନରେ ବୁଧବାର ଛତ୍ରପୁର ଠାରେ ଜୋନାଲ ସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଭେନ୍ୟୁ ଇନଚାର୍ଜ ଅରୁଣ କୁମାର ମାନସିଂ ଙ୍କ ସଂଯୋଜନାରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ଜିଲ୍ଲା କ୍ରୀଡାଧିକାରୀ ସୁକାନ୍ତ କୁମାର ମିଶ୍ର ଯୋଗ ଦେଇ କ୍ରୀଡାବିତ୍ ଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ଏହି ଶିବିରରେ ଗଞ୍ଜାମ ଓ ଛତ୍ରପୁର ବ୍ଲକର ୯୧ ଜଣ କ୍ରୀଡାବିତ୍ ଅଂଶ ଗ୍ରହଣ କରିଥିଲେ । ଦୌଡ ଓ ଲମ୍ବା ଡିଆଁ ଭଳି ଅନ୍ୟାନ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଆୟୋଜିତ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ରାଜ୍ୟ ସ୍ତରରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ କରାଯାଇଥିଲା । ଏଥିରେ କ୍ରୀଡା ଶିକ୍ଷୟତ୍ରୀ ସୁଜତା ପାତ୍ର, ପ୍ରଭାସିନୀ ସାହୁ, ସୁନୀତା ପାତ୍ର, କ୍ରୀଡା ଶିକ୍ଷକ ସୁଶୀଳ କୁମାର ରଥ, କୈଳାଶ ଚନ୍ଦ୍ର ବେହେରା, ପ୍ରକାଶ ପାଣିଗ୍ରାହୀ, ରମଣୀ ରଞ୍ଜନ ପଣ୍ଡା ଏବଂ ହକି କୋଚ ଦିପ୍ରି ରଞ୍ଜନ ପଣ୍ଡା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ