ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ବିଶାଳ ଶୋଭାଯାତ୍ରା ଓ ସମାବେଶ ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ରା.ଉଦୟଗିରି ସହରର ଉପକଣ୍ଠରେ ଥିବା ମିନି ଷ୍ଟାଡିୟମ ଠାରେ ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ଶବରପଲ୍ଲୀ ଗ୍ରାମରେ ଥିବା ଶବର ସମାଜ କାର୍ଯ୍ୟାଳୟରେ ଏକ ବୈଠକ କରି ହଜାର ହଜାର ଆଦିବାସୀଙ୍କ ଗହଣରେ ଏକ ବିରାଟ ପଟୁଆରରେ ବାହାରି ରା.ଉଦୟଗିରି ସହର ମଧ୍ୟ ଦେଇ ସ୍ଥାନୀୟ ମିନି ଷ୍ଟାଡିୟମରେ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା l ଉକ୍ତ ସମାବେଶରେ ଜନଜାତି ପକ୍ଷରୁ ଉଭୟ ପୁରୁଷ ଓ ମହିଳା ସେମାନଙ୍କର ପାରମ୍ପରିକ ଆଦିବାସୀ ନୁର୍ତ୍ୟରେ ନୃତ୍ୟ କରିବା ସହ ଢୋଲ , ଟାମକ , ଢାମ୍ପ ଓ ଖଞ୍ଜଣୀ ର ତାଳେ ତାଳେ ଏବଂ ଉଦୁଉଦିଆ ଝାଞ୍ଜି ଖରାରେ ଜୟ ଶ୍ରୀ ରାମ ନାରାରେ ପ୍ରକମ୍ପିତ ହେଉଥିଲା ପୁରା ଗଗନ ପବନ l ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଏହି ବିଶାଳ ଶୋଭାଯାତ୍ରା କରିବାର ମୁଖ୍ୟ ଉଦେଶ୍ଵ ହେଲା ଧର୍ମନ୍ତରିତ ଆଦିବାସୀ ମାନଙ୍କୁ (st) ତାଲିକାରୁ ବାଦ ଦେବାଲାଗି l ଭାରତ ସ୍ୱାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ସରକାର ଆଦିବାସୀଙ୍କ ଉନ୍ନତି ଲାଗି ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ହେଲେ ସରକାର ପ୍ରଣୟନ କରୁଥିବା ଯୋଜନାର ସୁଫଳ କେତେକ ଅବ୍ୟଧ ଆଦିବାସୀ ମାନେ ପାଇପାରୁଛନ୍ତି l ଯାହାକି ସରକାରି ଯୋଜନାର ଲାଭ ପକୃତ ନିରୀହ ଅଦବାସୀ ମାନେ ପାଇବାରୁ ବଞ୍ଚିତ ରହୁଛନ୍ତି l ତେଣୁ ଯେଉଁ ଜନଜାତିର ବ୍ୟକ୍ତି ନିଜ ଧର୍ମ , ସଂସ୍କୃତି ଛାଡି ଅନ୍ୟ ଧର୍ମ ଗ୍ରହଣ କରେ ସେପରି ଲୋକ ଜନଜାତି ସମାଜର ମାନ୍ୟତା ପାଇବ ନାହିଁ l କିନ୍ତୁ ଶତକଡା 80 ଭାଗ ଧର୍ମାନ୍ତରିତ ଆଦିବାସୀ ସରକାରୀ ଯୋଜନାର ଫାଇଦା ପାଉଛନ୍ତି l ତେଣୁ ଧର୍ମାନ୍ତରି ଜନଜାତିର ଲୋକଙ୍କୁ ଜନଜାତି ତାଲିକାରୁ ବାଦ ଦେବାଲାଗି ଜନଜାତି ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରିଛନ୍ତି l ଯଦି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହା ଉପରେ ଗୁରୁତ୍ୱ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଆମେ ହିନ୍ଦୁ ଓ ଆର୍ଯ୍ୟ ଭାବେ ଶାସ୍ତ୍ର ପଢ଼ିବାର ଜାଣିଛୁ ଓ ଶସ୍ତ୍ର ଚଳାଇବାର ବି ଜାଣିଛୁ ତେଣୁ ତୁରନ୍ତ ସରକାର ଏଥିପ୍ରତି ଦୃଷ୍ଟିଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ନଚେତ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଅବଲମ୍ବନକରାଯିବା ସହ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ