ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ପଞ୍ଚଦଶ ପୁଣ୍ୟତିଥିରେ ପୁସ୍ତକ ଉନ୍ମୋଚିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ପଞ୍ଚଦଶ ପୁଣ୍ୟତିଥିରେ ସଂସଦର କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ରଚିତ ପୁସ୍ତକ “ଉପନିଷଦର ପଦ୍ୟାବଳି ଓ ଦ୍ୱାରୀକା ଦର୍ଶନ”କୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରାକ୍ତନ ଡେପୁଟୀ କଲେକ୍ଟର ବିଜୟ କୁମାର ନାୟକ ଉନ୍ମୋଚନ କରିଥିଲେ । ସଂସଦର ସ୍ଥାୟୀ ସଭାପତି ଡଃ. ବାସୁଦେବ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଅଧ୍ୟାପକ ତପନ କୁମାର ପତି,ସମ୍ମାନିତ ଅତିଥି ଭାବେ ଗାଳ୍ପିକ ହରେକୃଷ୍ଣ ବରାଳ, ଅଧ୍ୟାପକ ଅଜୟ କୁମାର ସାମଲ ଯୋଗଦେଇ ଅଣୁକବି ସ୍ୱର୍ଗତ ଦାସଙ୍କ ସାହିତ୍ୟ କୃତି, ଜୀବନ ସଂଗ୍ରାମ ଏବଂ କବି କରୁଣାକର ଦାସଙ୍କ ରଚିତ ଦୁଇଟି ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ସଂସଦର ସମ୍ପାଦକ ଶୁଭାଂଶୁ କୁମାର ଦାସ ଅଣୁକବି ସ୍ୱର୍ଗତ ଦାସ ଓ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକୃତିବନ୍ଧୁ ନୃସିଂହ ଚରଣ ତ୍ରିପାଠୀ, ସଂଗଠନ ସଂପାଦକ ଆଦିକନ୍ଦ ରାଉଳ, ଉପସଭାପତି ପ୍ରଦିପ କୁମାର ଦାଶ, ପ୍ରାବନ୍ଧିକ ନିରଞ୍ଜନ ମେକାପ, ଆଶିଷ ସେନାପତି, ରାମକୃଷ୍ଣ ଦାଶ, ଫକୀର ଚରଣ ଓଝା, ପ୍ରେମଲତା ଗିରି, ଅଶୋକ କୁମାର ସାହୁ, ସୁରେନ୍ଦ୍ର କୁମାର ବେହେରା, ଶ୍ରୀଧର କୁମାର ଭୋଳ, ଶରତ କୁମାର ରାଉତ, ଅମୀୟ କୁମାର ନାୟକ, ଅଜୟ କୁମାର ପାତ୍ର, ତୃପ୍ତୀମୟୀ ଜେନା, କେଶବ ଚରଣ ସେଠୀ, କାକୁଲ୍ଲି ମଲ୍ଲିକ, ଶ୍ରୀୟା ଦାସ, ଶ୍ରୀଧର ମହାନ୍ତି, ମାମାଲି ମିଶ୍ର, କଳ୍ପନା ଦାସ, ତପସ୍ୱିନୀ ପଟ୍ଟନାୟକ, ରଞ୍ଜନ ବାଇ ପ୍ରମୁଖ ଦୁଇଟି ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ । କବି ଅଶୋକ ସାହୁ ଏବଂ କାକୁଲ୍ଲି ମଲ୍ଲିକଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ