ଅଦାରସରେ ରହିଛି ବହୁ ଔଷଧିୟ ଗୁଣ
ସାଧାରଣତଃ ପ୍ରାୟ ଜିନିଷରେ ଅଦାର ବ୍ୟବହାର କରାଯାଇଥାଏ । ମାତ୍ର ଅଦାରେ ବହୁ ଔଷଧିୟ ଗୁଣ ଭରି ରହିଛି । ଏଥିରେ ଆଣ୍ଟିି ଇମ୍ଫେ୍ଲମେଟ୍ରି ଏବଂ ଆଣ୍ଟିବ୍ୟାକ୍ଟେରିଆ ଗୁଣ ରହିଛି, ଯାହା ଥଣ୍ଡାଜ୍ୱର ଭଲ କରିଥାଏ । ଆସନ୍ତୁ ଜାଣିବା ଅଦାରସ ପିଇଲେ କ’ଣ ସବୁ ଲାଭ ମିଳିଥାଏ ।ସକାଳୁ ଖାଲିପେଟରେ ଅଦାରସ ପିଇଲେ ଦିନସାରା ସତେଜ ଲାଗିବା ସହ ପାଚନକ୍ରିୟା ସଠିକ୍ ଭାବେ ହୋଇଥାଏ । ନିୟମିତ ଭାବରେ ଅଦାରସ ପିଇଲେ ଶରୀରରେ ରକ୍ତ ଶର୍କରା ନିୟନ୍ତ୍ରିତ ହୋଇଥାଏ । ଫଳରେ ଡାଇବେଟିସ୍ ହେବାର କମ୍ ଅ ।ଶଙ୍କା ଥାଏ । ତ୍ୱଚା ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ । ଅଦାରେ ଥିବା ଆଣ୍ଟିି ଅକ୍ସିଡାଣ୍ଟ ଗୁଣ ଯୋଗୁ କ୍ୟାନସର, ହାର୍ଟ ସମ୍ବନ୍ଧୀୟ ରୋଗ ଆଦି ହେବା ସମ୍ଭାବନା କମ୍ ଥାଏ । ବ୍ୟାୟାମ ସମୟରେ ମାଂସପେଶୀରେ ହୋଇଥିବା ଦରଜରୁ ଅଦାରସ ଆରାମ ଦେଇଥାଏ ।


