ପାକିସ୍ତାନର ଏମିତି ସହର : ଯେଉଁଠି ହିନ୍ଦୁ ରଖିଥାନ୍ତି ରୋଜା, ମୁସ୍ଲିମ୍ ପାଳନ୍ତି ଦୀପାବଳି

ଭାରତ-ପାକିସ୍ତାନର ତିକ୍ତ ସମ୍ପର୍କ କାହାକୁ ଅଛପା ନାହିଁ । ସାରା ବିଶ୍ୱ ଜାଣିଛି ପାକିସ୍ତାନରେ ରହୁଥିବା ଭାରତୀୟଙ୍କ ଅବସ୍ଥା କେବେ ଠିକ୍ ନୁହେଁ, ବିଶେଷକରି ହିନ୍ଦୁମାନଙ୍କର । ମାତ୍ର ପାକିସ୍ତାନରେ ଏମିତି ଏକ ସହର ରହିଛି, ଯେଉଁଠି ମୁସ୍ଲିମ୍ଙ୍କଠାରୁ ହିନ୍ଦୁ ସ୍ୱାଧୀନ । ପାକିସ୍ତାନର ଲାହୋରଠାରୁ ପ୍ରାୟ ୮୭୫ କିଲୋମିଟର ଦୂରରେ ଥିବା ମିଠି ହେଉଛି ହିନ୍ଦୁ-ମୁସ୍ଲିମ ଏକତାର ସହର । ଏହି ସହରରେ ପ୍ରାୟ ୮୭ ହଜାର ଲୋକ ବସବାସ କରୁଛନ୍ତି । ସେଥିରୁ ୮୦ ପ୍ରତିଶତ ହିନ୍ଦୁ କୁହାଯାଏ, ଏଠାରେ କିଛି ଧାର୍ମିକ ଉତ୍ସବ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହେଲେ ହିନ୍ଦୁ-ମୁସ୍ଲିମ ମିଶି ପାଳନ କରିଥାନ୍ତି । ହିନ୍ଦୁମାନେ ଇଦ୍ ପାଳନ କରୁଥିବାବେଳେ ମୁସ୍ଲିମ ଦୀପାବଳି ମନାଇଥାନ୍ତି । ଏପରିକି ହିନ୍ଦୁମାନେ ରୋଜା ମଧ୍ୟ ରଖିଥାନ୍ତି । ସେହିପରି ମୁସଲିମ୍ ମାନେ ଗୋହତ୍ୟା କରନ୍ତି ନାହିଁ । ସବୁଠୁ ମୁଖ୍ୟ କଥା ହେଲା ଏଠାରେ କେବେ କୌଣସି ହିଂସା ଦେଖିବାକୁ ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ