ଅଷ୍ଟ ପ୍ରହର ନାମଯଜ୍ଞ

ନାଉଗାଁ,(ୱାଇଏନ୍‌ଏସ୍‌): ନାଉଗାଁ ବ୍ଳକ ଅନ୍ତର୍ଗତ ମହିଷାମୁଣ୍ଡା ଗାଁରେ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ପବିତ୍ର କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସହ ମହାବୀର ୟୁଥ କ୍ଲବର ସଦସ୍ୟମାନେ ଯୋଗ ଦେଇ କଳସ ଶୋଭାଯାତ୍ରାରେ ଭାଗ ନେଇଥିଲେ । ପରେ ସ୍ଥାନୀୟ ଅଂଚଳର କୀର୍ତନ ମଣ୍ଡଳୀଙ୍କ ଦ୍ୱାରା ନାମ ସଂକୀର୍ତନ କାର୍ଯ୍ୟକ୍ରମ କରାଯାଇଥିଲା । ଏହାକୁ ନେଇ ଗାଁରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଗ୍ରାମବାସୀ ଓ କ୍ଲବର ସଦସ୍ୟାମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ