ଅନୁପସ୍ଥିତ ୨ ଅଧିକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି l  ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ  ବ୍ୟାଙ୍କ ପ୍ରତିଷ୍ଠାନଗୁଡ଼ିକ ବନ୍ଦ କରିଦିଆଯାଇଛି। ଫୁଲବାଣୀ ଓ ବାଲିଗୁଡା ଅଞ୍ଚଳରେ ଜୁଲାଇ 31ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଟ ଡାଉନ ଘୋଷଣା କରାଯାଇଥିବା ବେଳେ ଜିଲ୍ଲାର ଅନ୍ୟ ଅଞ୍ଚଳଗୁଡିକରେ  ଶନିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଜିଲାକୁ ଶଟ୍‌ଡାଉନ ଘୋଷଣା କରାଯାଇଛି। ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି। ଜିଲାର ଫୁଲବାଣୀ ଓ ବାଲିଗୁଡା ସମେତ   ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ ଶଟ୍‌ଡାଉନକୁ ପୋଲିସ ପକ୍ଷରୁ କଡ଼ା ବ୍ୟବସ୍ଥା ଗ୍ରହଣ କରାଯିବା ସହ ବିଭିନ୍ନ ଛକ, ମୁଖ୍ୟ ରାସ୍ତା, ରାଜପଥ ଉପରେ ପୋଲିସ ପାଟ୍ରୋଲିଂ କରିବା ସହ ଛକଗୁଡ଼ିକରେ ପୋଲିସ ଫୋର୍ସ ମୃତୟନ ହୋଇଛି। ଅମାନିଆଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ । କେବଳ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଯାତାୟତ ପାଇଁ ଅନୁମତି ରହିଥିବା ବେଳେ ସମସ୍ତ ଦୋକାନବଜାର ବନ୍ଦ ରହିଛି । ଅନାବଶ୍ୟକରେ  ଘରୁ ବାହରିଲେ କଡ଼ା କାଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ବିଷୟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ କହିଛନ୍ତି। ସେହିପରି କନ୍ଧମାଳ -ଗଞ୍ଜାମ ଜିଲାର ସୀମା ବାଇମାଲା ଠାରେ ସିଲ୍‌ କରାଯାଇ ବିଭିନ୍ନ ବିଭାଗର କର୍ମଚାରୀଙ୍କୁ ସେଠାରେ ନିୟୋଜିତ କରାଯାଇଛି। ତେବେ ଦାରିଙ୍ଗବାଡ଼ି ତହସିଲଦାର ନିତିସ କୁମାର ତ୍ରିପାଠୀ ରାତିଅଧିଆ ସେଠାରେ ଚଢ଼ାଉ କରିଥିଲେ। ଦୁଇଜଣ କର୍ମଚାରୀ ଅନୁପସ୍ଥିତ ରହିଥିବା ଯୋଗୁ ତାଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟୁଇଟ କରି ଜଣାଇଛନ୍ତି। ସେହିପରି ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଝିଞ୍ଜିରିଗୁଡ଼ା ଠାରେ କନ୍ଧମାଳ-ଗଜପତି ଜିଲା ସୀମାକୁ ସିଲ କରିଦିଆଯାଇଛି। କରୋନା ସଂକ୍ରମଣ ରୋକିବା ପାଇଁ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଥିବା ସମସ୍ତ ପ୍ରକାର ବ୍ୟାଙ୍କ ପ୍ରତିଷ୍ଠାନ, ସ୍ବାସ୍ଥ୍ୟକେନ୍ଦ୍ର, ଥାନା, ବ୍ଲକ, ତହସିଲ କାର୍ଯ୍ୟାଳୟ ଆଦିକୁ ସାନିଟାଇଜ କରାଯାଉଥିବା ବିଷୟ ବିଡିଓ ଅଭିମନ୍ୟୁ ବେହେରା କହିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ