ଅବକାରୀ ଧରପଗଡ ବେଆଇନ୧୮୭ ଲିଟର ଦେଶୀମଦ, ୩ବାଇକ୍ ସହ ୬ଗିରଫ

ଛତ୍ରପୁର,(ଓ୍ବାଇଏନ୍ଏସ୍):କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ ଜିଲ୍ଲାରେ ମଦ କାରାବାର ସଂପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ରମ୍ଭା, ଖଲିକୋଟ ଓ ପୁରୁଷୋତ୍ତମପୁର ଅଂଚଳରେ ବେଆଇନ ଭାବେ ମଦ କାରବାର ଚାଲିଥିବା ସୂଚନା ପାଇ ଗଂଜାମ ଜିଲ୍ଲପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମେ ଗଂଜାମ ଅବକାରୀ ଅଧିକ୍ଷୀକ ରାଜେନ୍ଦ୍ର କୁମାର ଭତ୍ରାଙ୍କ ପ୍ରତ୍ୟକ୍ଷତତ୍ତ୍ୱବଧାନରେ ଉପଅଧିକ୍ଷୀକ ଅଭିରାମ ବେହେରାଙ୍କ ନେତୃତ୍ୱରେ ଅବକାରୀ ବିଭାଗ ପକ୍ଷରୁ ଚଢଉ ହୋଇଥିଲ।। ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରି ବେଆଇନ ୧୮୭ଲିଟର ଚଢା ରନ୍ଧା ଦେଶୀମଦ , ୭ଲିଟର ଭାଟିରନ୍ଧା ମହୁଲୀ ମଦ ଓ ୩ଟି ବାଇକ୍ କୁ ଜବତ କରାଯିବା ସହ ୬ଜଣଙ୍କୁ ଗିରଫ କରାଯାଇଛି । ଏହି ଚଢଉରେ ବିଭାଗର ଇନିସପେକ୍ଟର , ସବ ଇନିପେକ୍ଟର ଏବଂ ଅବକାରୀ ଷ୍ଟାଇକିଂ ଫୋର୍ସ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ