ଅବକାରୀ ପକ୍ଷରୁ ବ୍ୟାପକ ଚଢାଉ , ଚୋରାମଦ ଜବତ
ରାଇରଙ୍ଗପୁର , ( ଯୁଗାବ୍ଦ ନ୍ୟୁଜ) : ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ସହରର ଗଢରେ ଚଢାଉରେ ଜଣଙ୍କଠାରୁ ୬ ଲିଟର ଦେଶୀମଦ ଜବତ ସହ କୋର୍ଟ ଚାଲାଣ କରାଯାଇଛି ।ସେହିଭଳି ରାଇରଙ୍ଗପୁର ଏବଂ ବହଳଦା ଅବକାରୀ ପକ୍ଷରୁ ତିରିଂ ଥାନା ଅନ୍ତର୍ଗତ ଦିବାକଛା ଗାଁ ଜଙ୍ଗଲ ପଛପଟ ନାଳ ପାଖରୁ ୭୨୦ କେଜି ମହୁଲି ପୋଚ ଏବଂ ୩୦ ଲିଟର ଚୋରା ମହୁଲି ମଦ ଏବଂ ସାମଗ୍ରୀ ଜବତ କରାଯାଇଛି । ଘଟଣାସ୍ଥଳରେ ମଦ ମାଫିଆ ଫେରାର ହୋଇଯାଇଥିଲା । ସେହିଭଳି ବୁଧବାର ଦିନ ବାଦାମପାହାଡ ଥାନା ଅନ୍ତର୍ଗତ ଚାରଡିହି ଗାଁ ଜଙ୍ଗଲ ପାଖରୁ ଚଢାଉବେଳେ ୩୮୦ କେଜି ମହୁଲି ପୋଚ ଏବଂ ୨୦ ଲିଟର ମହୁଲି ମଦ ଜବତ କରାଯାଇଛି ।ମଦ ମାଫିଆ ଅବକାରୀ,ପୋଲିସ ଏବଂ ବନ ବିଭାଗ କର୍ମଚାରୀଙ୍କୁ ଦେଖି ଜଙ୍ଗଲ ଭିତରକୁ ଦୌଡି ଖସି ପକାଇଥିଲା ।


