ଦଳକୁ ଅଧିକ ଶକ୍ତିଶାଳୀ କରିବାକୁ ବିଜେଡ଼ିର ସଭ୍ୟ ସଂଗ୍ରହ ଅଭିଯାନ ପ୍ରସ୍ତୁତି

ହିଂଜିଳିକାଟୁ, (ଶେଷଦେବ ସାହୁ): ଚଳିତ ସାଧାରଣ ନିର୍ବାଚନରେ ରାଜ୍ୟ ମୁଖିଆଙ୍କ ଗଡ଼ ତଥା ନିର୍ବାଚନ ମଣ୍ଡଳୀର ଏକମାତ୍ର ପୌରାଂଚଳ ହିଂଜିଳିକାଟୁ ନଗରରେ ବିରୋଧି ବିଜେପିର ଭୋଟ ହାର ବୃଦ୍ଧି ଶାସକ ବିଜେଡ଼ି ପାଇଁ ଚିନ୍ତାର କାରଣ ପାଲଟିଛି । ଏହା ପରେ ଶାସକ ବିଜେଡ଼ି ଦଳକୁ ମଜବୁଥ କରିବା ସହ ତାର ପୁରୁଣା ଫର୍ମକୁ ଫେରିବା ପାଇଁ ନୂତନ କୌଶଳ ଆରମ୍ଭ କରିବା ସହ ନୂତନ ସଭ୍ୟ ସଂଗ୍ରହ ସକାଶେ ଅଭିଯାନ ଆରମ୍ଭ କରିଛି । ପୌରାଂଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନଗର ବିଜେଡ଼ି ସଭାପତି ଭୀମସେନ ବେହେରାଙ୍କ ଅଧ୍ୟକ୍ଷତାରେ ବିଜେଡ଼ିର ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ଆୟୋଜିତ ବୈଠକରେ ଅତିଥି ଭାବେ ଯୋଗଦେଇ ପୌରାଂଚଳରେ କିପରି ଅଧିକରୁ ଅଧିକ ଭୋଟରଙ୍କୁ ବିଜେଡ଼ିର ପ୍ରାଥମିକ ସଭ୍ୟ ରୂପେ ସାମିଲ କରାଯିବ, ସେ ନେଇ, ଉପସ୍ଥିତ କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୃର୍ତି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନମକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରି ଦଳରେ ନୂତନ ସଭ୍ୟ କରିବା ସକାଶେ ବୈଠକରେ ମତପ୍ରକାଶ ପାଇଥିଲା ।ପ୍ରତ୍ୟେକ ୱାର୍ଡ଼ରୁ ଅନୁନ୍ୟ ୩୭୫ ଲେଖାଏଁ ୨୧ ଟି ୱାର୍ଡ଼ରୁ ୮ହଜାରରୁ ଅଧିକ ନୂତନ ସଭ୍ୟ ସଂଗ୍ରହ ସକାଶେ ଆଲୋଚନା କରାଯାଇଥିଲା । ଆଗକ୍ୁ ପୌର ନିର୍ବାଚନ ଥିବାରୁ ବିରୋଧି ବିଜେପି ସ୍ଥାନୀୟ ସହରାଂଚଳରେ ଯେପରି ଭୋଟ ହାତେଇ ନନେବ ସେଥିଲାଗି ଋଣନିତୀ ପ୍ରସ୍ତୁତ କରାଯାଇଥିଲା । ଆୟୋଜିତ ବୈଠକରେ ପୂର୍ବତନ ନଗରପାଳ ଶିବରାମ ଗୌଡ଼, ପୂର୍ବତନ ଉପନଗରପାଳ ପବିତ୍ର ମୋହନ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସଂଜୟ କୁମାର ପଣ୍ଡା, ପୂର୍ବତଦ ପୌର ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ପୋଲାଇ, ଆସିକା ସାଂସଦଙ୍କ ବ୍ୟକ୍ତିଗତ ସହାୟକ ତଥା ଯୁବନେତା ନିଳମଣି ପଟ୍ଟନାୟକ, ଯୁବ ବିଜେଡ଼ି ସମ୍ପାଦକ ପ୍ୟାରୀ ମୋହନ ପାଢି, ସୁଶାନ୍ତ ପ୍ରଧାନ, କୋରାମଣି ରାଉଳ, ଜଟି ମହାରଣା, ଯୁଧିଷ୍ଟିର ସ୍ୱାଇଁ, ମୁନା ପାଢି, ମାନସ ରଂଜନ ବେହେରା, ରୋହିତ ବିଷୋୟୀ, ଗୋପାଳ ସାହୁସରୋଜ କୁମାର ପଣ୍ଡା, ଶରତ ସାବତଙ୍କସମେତ ପୌରାଂଚଳର ବହୁ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ