ଅବକାରୀ ବିଭାଗର ଚଢାଉ ୩୨୫ ଲିଟର ଚୋରା ଦେଶୀ ମଦ ଜବତ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଓ ଅବକାରୀ ଅଧିକ୍ଷକ ରଜେନ୍ଦ୍ର ଭତ୍ରାଙ୍କ ନିର୍ଦେଶ କ୍ରମେ ଆଜି ଆସିକା ଅବକାରୀ ଇନିଶପେକ୍ଟର ଶ୍ରୀ ଧିରେନ କୁମାର ବେହେରା ଙ୍କ ନେତୃତ୍ୱ ରେ ଭଞ୍ଜନଗର ଥାନା ଅନ୍ତର୍ଗତ ନାହାତୋଟା ସାହି,ବିଛୁଆତି ତୌଳା,ବିରିପଦର,ଜି. ରମ୍ଭା ଏବଂ ବେଡିଗୋବା ଓ ଏହାର ପାଖଆଖ ଅଞ୍ଚଳରେ ଅବକାରୀ ବିଭାଗ ତରଫରୁ ଚଢାଉ ଜୋରଦାର କରାଯାଇଥିଲା | ଆଜିର ଏହି ଚଢାଉରେ ୩୨୫ ଲିଟର ଚୋରା ଦେଶୀ ମଦ ୪୬୦୦ ଲିଟର ମହୁଲ ଏବଂ ଗୁଡ ମିଶ୍ରିତ ପୋଚ ଜବତ ସହ ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ବ୍ୟାପକ ସରଞ୍ଜାମ ଜବତ କରାଯାଇଛି | ବେଆଇନ ମଦ ରାନ୍ଧିବା ଓ ବିକ୍ରି ମାମଲାରେ ୫ ଗୋଟି କେସ ରୁଜ୍ଜୁ କରାଯାଇଥିବା ବେଳେ ୩ ଜଣଙ୍କୁ ଗିରଫ କରାଯାଇଛି | ଆଜିର ଏହି ଚଢାଉରେ ଭଞ୍ଜନଗର ଅବକାରୀ ଥାନା ଅଧିକାରୀ ଶ୍ରୀ ପାର୍ଥସାରଥୀ ରାଉତ,ବୁଗୁଡ଼ା ସହକାରୀ ଉପ ନିରରୀକ୍ଷ ମମତା ଦାସ,ସୋରଡ଼ା ସହକାରୀ ଉପନିରୀକ୍ଷକ ବିଜୟ ମଲ୍ଲିକ ଏବଂ ଭଞ୍ଜନଗର, ବୁଗୁଡ଼ା, ସୋରଡ଼ା ଅବକାରୀ ସିପାହୀ ମାନେ ଚଢାଉରେ ସାମିଲ ଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ